ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ପ୍ରସଙ୍ଗକୁ ନେଇ କମୁଛି ଚର୍ଚ୍ଚା ନା ଥମୁଛି ରାଜନୀତି । ଦୋଷ ଲଦାଲଦି ସାଙ୍ଗକୁ ଭିନ୍ନ ଭିନ୍ନ ମୋଡ଼ ନେଉଛି ମାମଲା । ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଥିବା ବେଳେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କୁ ବିପଦରେ ପକାଯାଇଥିଲା (punjab government told farmers to block pms convoy says khatter) । ଏଥିପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଚରଣଜିତ ସିଂ ଚନ୍ନିଙ୍କୁ ଦାୟୀ କରିଛନ୍ତି ମନୋହରଲାଲ ଖଟ୍ଟର ।
ପ୍ରଧାନମନ୍ତ୍ରୀଙ୍କୁ ଜାଣିଶୁଣି ଅଟକାଯାଇଛି ବୋଲି ଅଭିଯୋଗ କରିଛନ୍ତି ଖଟ୍ଟର । ସେ କହିଛନ୍ତି ପଞ୍ଜାବ ସିଆଇଡି ପାଗ ଖରାପ ଥିବାରୁ ବିକଳ୍ପ ରାସ୍ତାର ବ୍ୟବସ୍ଥା କରିବାକୁ ପଡ଼ିପାରେ ବୋଲି ଅବଗତ କରିଥିଲା । ହେଲେ ବ୍ୟବସ୍ଥା କରିବାତ ଦୂରର କଥା ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ କେମିତି ରୋକାଯିବ ସେନେଇ ପଞ୍ଜାବ ସରକାର ଚାଷୀନେତାଙ୍କୁ ନିର୍ଦ୍ଦେଶ ଦେଇଥିଲେ ବୋଲି କହିଛନ୍ତି ଖଟ୍ଟର । ପଞ୍ଜାବ ସରକାର ମୋଦିଙ୍କ ଜୀବନକୁ ବିପଦରେ ପକାଇଥିଲେ ବୋଲି ସେ କହିଛନ୍ତି।