ଚଣ୍ଡିଗଡ: ଆକ୍ସନ ମୋଡରେ ପଞ୍ଜାବ ସରକାର । ବନ୍ଧା ହେଲେ ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ । ପଞ୍ଜାବର କଂଗ୍ରେସ ନେତା ତଥା ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ସାଧୁ ସିଂହ ଧର୍ମସୋତଙ୍କୁ ଗିରଫ କରିଛି ଭିଜିଲାନ୍ସ । ଲାଞ୍ଚ ନେବା ଅଭିଯୋଗର ତାଙ୍କୁ ରାଜ୍ୟ ଭିଜିଲାନ୍ସ ବ୍ୟୁରୋ ଗିରଫ କରିଛି । ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ କ୍ୟାବିନେଟରେ ଜଙ୍ଗଲ ଓ ସାମାଜିକ କଲ୍ୟାଣ ବିଭାଗ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ସାଧୁ ସିଂହ । ସେହି ସମୟରେ ସେ ଲାଞ୍ଚ ନେଇଥିବା ଘଟଣାର ପର୍ଦ୍ଦାଫାଶ ହୋଇଛି ।
ପଞ୍ଜାବର ଏହି ପୂର୍ବତନ ମନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ - ପଞ୍ଜାବ ମନ୍ତ୍ରୀ ଗିରଫ ଖବର
ଆକ୍ସନ ମୋଡରେ ପଞ୍ଜାବ ସରକାର । ପଞ୍ଜାବର କଂଗ୍ରେସ ନେତା ତଥା ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ସାଧୁ ସିଂହ ଧର୍ମସୋତ ଗିରଫ । ଅଧିକ ପଢନ୍ତୁ
ଗତ ସପ୍ତାହରେ ମୋହାଲି ଡିଏଫଓଙ୍କୁ ଗରିଫ କରିଥିଲା ଭିଜିଲାନ୍ସ ବ୍ୟୁରୋ । ସେ ଏହି ସତ ଓଗାଳିଛନ୍ତି ଯେ ଗୋଟିଏ ଗଛ କଟା ପାଇଁ କିପରି ସାଧୁ ସିଂହ ଧର୍ମସୋତ ଲାଞ୍ଚ ନେଉଥିଲେ । ଭିଜିଲାନ୍ସ ଡିଏଫଓ ବୟାନ ଆଧାରରେ ଆଜି ସାଧୁ ସିଂହଙ୍କୁ ଗିରଫ କରିଛି । ୨୫,୦୦୦ରୁ ଅଧିକ ଗଛ ବେଆଇନ କାଟିବାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ପଞ୍ଜାବର ଜଣେ ସାମ୍ବାଦିକଙ୍କୁ ମଧ୍ୟ ଗିରଫ କରାଯାଇଛି । କ୍ୟାପଟେନ ସରକାରରେ ଜଙ୍ଗଲ ମନ୍ତ୍ରୀ ଥିବା ସାଧୁ ସିଂହ ଧର୍ମସୋତଙ୍କ ଉପରେ ପୂର୍ବରୁ ମଧ୍ୟ ଦୁର୍ନୀତି ଅଭିଯୋଗ ରହିଛି ।
ଭିଜିଲାନ୍ସ ବ୍ୟୁରୋ ସୂତ୍ର ଅନୁଯାୟୀ ବନ ବିଭାଗର ବହୁ ଉଚ୍ଚ ପଦାଧିକାରୀ ତଥା ପୂର୍ବତନ ଅଧିକାରୀ ମଧ୍ୟ ଏହି ଦୁର୍ନୀତିରେ ଜଡିତ ଅଛନ୍ତି । ପଚରାଉଚରା ବେଳେ ଅନେକ ଅଧିକାରୀଙ୍କ ନାମ ସାମ୍ନାକୁ ଆସିଛି । ଶୀଘ୍ର ସେମାନଙ୍କୁ ମଧ୍ୟ ଗିରଫ କରାଯାଇପାରେ ବୋଲି ସୂଚନା ମିଳିଛି ।