ଓଡିଶା

odisha

ETV Bharat / bharat

କୃଷି ଆନ୍ଦୋଳନ; ସିଂଘୁ ବର୍ଡରରେ ବିଷ ପିଇ କୃଷକଙ୍କ ଆତ୍ମହତ୍ୟା - ବିଷ ପିଇ କୃଷକ ଆତ୍ମହତ୍ୟା

କେନ୍ଦ୍ର କୃଷି ଆଇନ ବିରୁଦ୍ଧରେ ସିଙ୍ଘୁ ବର୍ଡରରେ ଜଣେ ଆନ୍ଦୋଳନକାରୀ କୃଷକଙ୍କ ବିଷ ପିଇ ଆତ୍ମହତ୍ୟା । ଅଧିକ ପଢନ୍ତୁ...

punjab farmer ate poison on singhu border sonipat
କୃଷି ଆନ୍ଦୋଳନ; ସିଂଘୁ ବର୍ଡରରେ ବିଷ ପିଇ କୃଷକଙ୍କ ଆତ୍ମହତ୍ୟା

By

Published : Jan 9, 2021, 10:43 PM IST

ନୂଆଦିଲ୍ଲୀ: ସିଙ୍ଘୁ ବର୍ଡରରେ ଜାରି ରହିଛି ଚାଷୀ ଆନ୍ଦୋଳନ । ଦୀର୍ଘ 45 ଦିନ ଧରି ଶୀତ କାକର ସହି କୃଷକ ଆନ୍ଦୋଳନ ଜାରି ରଖଛନ୍ତି । ସରକାର ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଟଳ କୃଷକ । ଇତିମଧ୍ୟରେ ଶନିବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଜଣେ ଆନ୍ଦୋଳନକାରୀ କୃଷକ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ମୃତକ ପଞ୍ଜାବ ଫତେହଗଡ ସାହିବ ଅଞ୍ଚଳର ବାସିନ୍ଦା ଅମରିନ୍ଦର ସିଂହ ବୋଲି ଜଣାପଡିଛି ।

ସମ୍ପୃକ୍ତ କୃଷକ ଅମରିନ୍ଦର ବିଷ ଖାଇବା ଖବର ପାଇ ସ୍ଥାନୀୟ ପୋଲିସ ପ୍ରଶାସନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ତାଙ୍କୁ ନିକଟସ୍ଥ ଏକ ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ କୃଷକ ଜଣକ ଆଖି ବୁଜିଛନ୍ତି ।

ତେବେ ବିଗତ କିଛି ଦିନରେ ଆନ୍ଦୋଳନରତ ଅନେକ କୃଷକଙ୍କ କୌଣସି ନା କୌଣସି କାରଣରୁ ମୃତ୍ୟୁ ଘଟିଥିବା ଘଟଣା ପ୍ରକାଶ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details