ଚଣ୍ଡିଗଡ: ପଞ୍ଜାବ କଂଗ୍ରେସର ହାଇଭୋଲଟେଜ ଡ୍ରାମାରେ ପଡୁନି ପୂର୍ଣ୍ଣଛେଦ । ପିସିସି ପଦରୁ ସିଦ୍ଧୁଙ୍କ ଇସ୍ତଫା ପରେ କ୍ରାଇସିସି ମ୍ୟାନେଜ ପାଇଁ ବାଟ ଖୋଜୁଛି କଂଗ୍ରେସ । ଏହାରି ମଧ୍ୟରେ ସିଦ୍ଧୁଙ୍କ ଇସ୍ତଫାକୁ ହାଇକମାଣ୍ଡ ଏଯାଏଁ ଗ୍ରହଣ କରିନଥିବା କଂଗ୍ରେସ ସୂତ୍ରୁ ମିଳିଛି ସୂଚନା ।
ସିଦ୍ଧୁଙ୍କ ଇସ୍ତଫା ହୋଇନି ମଞ୍ଜୁର, କ୍ରାଇସିସ ମ୍ୟାନେଜ ପାଇଁ କଂଗ୍ରେସ ହାଇକମାଣ୍ଡଙ୍କ ପ୍ରୟାସ - Punjab Congress crisis
ପିସିସି ପଦରୁ ସିଦ୍ଧୁଙ୍କ ଇସ୍ତଫା ପରେ କ୍ରାଇସିସି ମ୍ୟାନେଜ ପାଇଁ ବାଟ ଖୋଜୁଛି କଂଗ୍ରେସ । ଏହାରି ମଧ୍ୟରେ ସିଦ୍ଧୁଙ୍କ ଇସ୍ତଫାକୁ ହାଇକମାଣ୍ଡ ଏଯାଏଁ ଗ୍ରହଣ କରିନଥିବା କଂଗ୍ରେସ ସୂତ୍ରୁ ମିଳିଛି ସୂଚନା । ଅଧିକ ପଢନ୍ତୁ...

ସିଦ୍ଧୁଙ୍କ ଇସ୍ତଫା ହୋଇନି ମଞ୍ଜୁର, କ୍ରାଇସିସ ମ୍ୟାନେଜ ପାଇଁ କଂଗ୍ରେସ ହାଇକମାଣ୍ଡଙ୍କ ପ୍ରୟାସ
ସିଦ୍ଧୁଙ୍କୁ ମନାଇବାକୁ କଂଗ୍ରେସରେ ଚାଲିଛି ମାନସମନ୍ଥନ । ଏପେଟେ କିନ୍ତୁ କ୍ୟାପ୍ଟନ ଅମରିନ୍ଦର ସିଂଙ୍କ ସମର୍ଥକ ବିଧାୟକ କରୁଛନ୍ତି ଆସ୍ଥା ଭୋଟର ଦାବି । ଏଭଳିସ୍ଥିତିରେ ଯଦି କଂଗ୍ରେସ କଳହର ସମାଧାନ ନହୁଏ, ତେବେ ଦଳ ଆଗାକୁ ବଡ ସଙ୍କଟର ସାମ୍ନା କରିବ ।
ନିକଟରେ ପଞ୍ଜାବ କଂଗ୍ରେସରେ ନେତୃତ୍ବ ପରିବର୍ତ୍ତନ କରି କଳହରେ ପ୍ୟାଚ୍ ପକାଇବାକୁ ପ୍ରୟାସ କରିଥିଲା କଂଗ୍ରେସ । ହେଲେ ପୁଣି ଅସନ୍ତୋଷର ବନ୍ୟା ଜଳ ସୃଷ୍ଟି କରିଛି ଫାଟ । ଜଣେ ପରେ ଜଣେ ନେତାଙ୍କ ପଦ ଛାଡିବା ହାଇକମାଣ୍ଡଙ୍କୁ ଚିନ୍ତାରେ ପକାଇଦେଇଛି ।