ଓଡିଶା

odisha

ETV Bharat / bharat

ରାଜ୍ୟପାଳଙ୍କ ରାଷ୍ଟ୍ରପତି ଶାସନ ଚେତାବନୀ: ଜବାବ ଦେଲେ ମୁଖ୍ୟମନ୍ତ୍ରୀ ମାନ - ରାଜ୍ୟପାଳଙ୍କ ରାଷ୍ଟ୍ରପତିଙ୍କ ଶାସନ ଚେତାବନୀ

ପଞ୍ଜାବ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଜାରି ରହିଥିବା ବିବାଦକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ରାଜ୍ୟପାଳ ଚେତାବନୀ ଦେଇଥିବାବେଳେ ଏହାର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ଭଗବତ ମାନ । ଅଧିକ ପଢନ୍ତୁ

Punjab cm slams governor
Punjab cm slams governor

By ETV Bharat Odisha Team

Published : Aug 26, 2023, 2:07 PM IST

ଚଣ୍ଡୀଗଡ଼:ଥମିବାରେ ନାଁ ନେଉନି ପଞ୍ଜାବ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ବିବାଦ । ଗତ କିଛି ଦିନ ହେଲା ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଓ ରାଜ୍ୟପାଳ ବନୱରିଲାଲ ପୁରୋହିତଙ୍କ ମଧ୍ୟରେ ତୁତୁ ମେମେ ଲାଗି ରହିଛି । ସେପଟେ ରାଜ୍ୟର କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ସନ୍ତୋଷଜନକ ଉତ୍ତର ମିଳିନଥିବା କହି ସରକାରଙ୍କ ଉପରେ ବର୍ଷିଛନ୍ତି ରାଜ୍ୟପାଳ । ପଞ୍ଜାବରେ ବିପୁଳ ଜନମତ ହାସଲ କରି ଆମ୍ ଆଦମୀ ପାର୍ଟି ସରକାରରେ ଥିବାବେଳେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଜାରି ରହିଥିବା ବିବାଦକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।

ତେବେ ରାଜ୍ୟପାଳଙ୍କ କହିବା କଥା, "ପୂର୍ବରୁ ପଞ୍ଜାବ ସରକାରଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମାଗିଥିଲି । ଯାହାର ପ୍ରତିକ୍ରିୟା ଏପର୍ଯ୍ୟନ୍ତ ମିଳି ପାରିନାହିଁ । ଗୋଟିଏ ପଟେ ରାଜ୍ୟରେ ନିଶା କାରବାର ବଢୁଥିବା ବେଳେ ଏ ପ୍ରସଙ୍ଗରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବାବଦରେ ଏକ ରିପୋର୍ଟ ମାଗିଥିଲେ । ହେଲେ ପଞ୍ଜାବ ସରକାର ଦେଶର ଆଇନକୁ ଅସମ୍ମାନ କରିଛନ୍ତି । ଏପରି ସ୍ଥିତିରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ ।"

ସୂଚନା ମୁତାବକ, ପଞ୍ଜାବ ରାଜ୍ୟପାଳ ବନୱାରିଲାଲ ପୁରୋହିତ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ଚେତାବନୀ ଦେଇଛନ୍ତି । ରାଜ୍ୟରେ ଦିନକୁ ଦିନ ଡ୍ରଗ୍ସ ସମେତ ଅନ୍ୟାନ୍ୟ ନିଶାଦ୍ରବ୍ୟ କାରବାର ବଢୁଥିବା କହି ବର୍ଷିଥିଲେ ରାଜ୍ୟପାଳ । ପଞ୍ଜାବରେ କ୍ଷମତାଶୀଳ ସରକାର ସମ୍ବିଧାନର ନିୟମ ଉଲ୍ଲଘଂନ କରୁଥିବା ଉଲ୍ଲେଖ କରିବା ସହିତ ନିଶାଦ୍ରବ୍ୟ କାରବାର ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ । ସେପଟେ ପ୍ରେସମିଟ୍ କରି ଏହାର ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମାନ ।

ଏହା ବି ପଢନ୍ତୁ...'ଇଣ୍ଡିଆ ମେଣ୍ଟ ବୈଠକ ପୂର୍ବରୁ ଅଜିତଙ୍କ ବିରୋଧରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ଶରଦ ପାୱାର'

ସେ କହିଛନ୍ତି, "ହିଂସା ପ୍ରସଙ୍ଗରେ ରାଜ୍ୟପାଳ ନୀରବ ରହିଛନ୍ତି । ପଞ୍ଜାବ ତଥା ହରିୟାଣା ରାଜ୍ୟପାଳ ବନୱରୀଲାଲ ପୁରୋହିତ ନିକଟରେ ନୁହରେ ହୋଇଥିବା ଦଙ୍ଗା ପ୍ରସଙ୍ଗରେ କାହିଁକି ମୁହଁ ଖୋଲିନାହାନ୍ତି ? ହରିୟାଣାରେ ହତ୍ୟାକାଣ୍ଡ ଘଟିଥିଲା, କିନ୍ତୁ ରାଜ୍ୟପାଳ ଥରେ ବି ମୁଖ୍ୟମନ୍ତ୍ରୀ ମନହୋରଲାଲ ଖଟ୍ଟରଙ୍କୁ ନୋଟିସ ପଠାଇ ନାହାନ୍ତି । ହେଲେ ପଞ୍ଜାବ ଭଳି ଶାନ୍ତିପ୍ରିୟ ରାଜ୍ୟରେ ଜନସାଧାରଣ ଖୁସି ଥିବା ସତ୍ତ୍ବେ ସେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଧମକ ଦେଉଛନ୍ତି । ରାଜ୍ୟପାଳ ପଞ୍ଜାବୀଙ୍କ ଧୈର୍ଯ୍ୟ ପରୀକ୍ଷା କରନ୍ତୁ ନାହିଁ "

ଏହାସହ ରାଜ୍ୟପାଳଙ୍କ ଉପରେ ବର୍ଷିଛନ୍ତି ଆପ୍ ମୁଖପାତ୍ର ମାଲବୀର ସିଂ କଙ୍ଗ । ସେ କହିଛନ୍ତି, "ରାଜ୍ୟପାଳଙ୍କୁ ନିଜ ମର୍ଯ୍ୟାଦା ଭିତରେ ରହିବାର ଆବଶ୍ୟକତା ରହିଛି । ପଞ୍ଜବରେ ଜନତାଙ୍କ ଦ୍ବାରା ନିର୍ବାଚିତ ହୋଇ ସରକାର କରିଛି ଆପ୍ । ମୁଖ୍ୟମନ୍ତ୍ରୀ ମଧ୍ୟ ପଞ୍ଜାବର ଜନତାଙ୍କ ଦ୍ବାରା ନିର୍ବାଚିତ । ରାଜ୍ୟପାଳ କେବଳ ବିଜେପିର ମୁଖପାତ୍ର ସାଜି ଏପରି କହୁଛନ୍ତି ।"

ABOUT THE AUTHOR

...view details