ଓଡିଶା

odisha

ETV Bharat / bharat

ସ୍ବର୍ଣ୍ଣ ମନ୍ଦିରରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନି, ପ୍ରାର୍ଥନା କରିବା ସହ ଶାନ୍ତି ରକ୍ଷା ପାଇଁ କଲେ ନିବେଦନ - ସ୍ବର୍ଣ୍ଣ ମନ୍ଦିରରେ ମୁଖ୍ୟମନ୍ତ୍ରୀ ଚନ୍ନୀ

ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନୀ । ଶାନ୍ତି ଓ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ରକ୍ଷା କରିବା ପାଇଁ ରାଜ୍ୟବାସୀଙ୍କୁ କଲେ ନିବେଦନ । ଅଧିକ ପଢନ୍ତୁ

ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନୀ, ଶାନ୍ତି ରକ୍ଷା ପାଇଁ କଲେ ନିବେଦନ
ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନୀ, ଶାନ୍ତି ରକ୍ଷା ପାଇଁ କଲେ ନିବେଦନ

By

Published : Dec 19, 2021, 9:28 PM IST

ଚଣ୍ଡିଗଡ: ଅମୃତସର ସ୍ବର୍ଣ୍ଣ ମନ୍ଦିର ଅଘଟଣ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଆଜି (ରବିବାର) ଦିନ ଅମୃତସରର ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ କରିଛନ୍ତି । ମନ୍ଦିର ପରିଦର୍ଶନ କରି ଗତକାଲି ଘଟିଥିବା ଅଘଟଣ ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ନୀ ।

ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନୀ, ଶାନ୍ତି ରକ୍ଷା ପାଇଁ କଲେ ନିବେଦନ

ମନ୍ଦିରରେ ପ୍ରାର୍ଥନା କରିବା ପରେ ସ୍ଥିତି ସମୀକ୍ଷା ସହ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଚନ୍ନି କହିଛନ୍ତି, ଆମେ ସମସ୍ତ ଧର୍ମର ଧାର୍ମିକ କେନ୍ଦ୍ରକୁ ସମ୍ମାନ ଏବଂ ସୁରକ୍ଷା ଦେବା ଆବଶ୍ୟକ । ସାମ୍ପ୍ରଦାୟିକ ସୌହାର୍ଦ୍ଧ୍ୟ ରକ୍ଷା କରିବା ପାଇଁ ରାଜ୍ୟବାସୀଙ୍କୁ ନିବେଦନ କରୁଛୁ । ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ଏପରି ଅଭାବନୀୟ ଘଟଣା ପଞ୍ଜାବ ଉପରେ କୁପ୍ରଭାବ ପକାଇବା ସହ ସ୍ଥିରତା ନଷ୍ଟ ମଧ୍ୟ କରିପାରେ ।

ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନୀ, ଶାନ୍ତି ରକ୍ଷା ପାଇଁ କଲେ ନିବେଦନ

ଘଟଣାର ତଦନ୍ତ ଆରମ୍ଭ ହୋଇସାରିଥିବା ବେଳେ ମୁଖ୍ୟମନ୍ତ୍ରୀ ଚନ୍ନି ପଞ୍ଜାବ ବରିଷ୍ଠ ପୋଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକ କରିପାରନ୍ତି ବୋଲି ମଧ୍ୟ ଆଶା କରାଯାଉଛି । ଏହାପୂର୍ବରୁ ପଞ୍ଜାବର ଉପ ମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂ ରାନ୍ଧୱା ମଧ୍ୟ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀଙ୍କ ବୈଠକ କରିବା ସହ ଘଟଣା ସମ୍ପର୍କରେ କେନ୍ଦ୍ରକୁ ଜଣାଇବେ ବୋଲି କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details