ଚଣ୍ଡିଗଡ଼:ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ ପାଇଁ ଉଡାଣ ଅନୁମତି ପାଇଲା ନାହିଁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ହେଲିକପ୍ଟର । ଏହି ଘଟଣାରେ କ୍ଷୁବ୍ଧ ହେବା ସହ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଚନ୍ନି । ସେ ଜଣେ ମୁଖ୍ୟମନ୍ତ୍ରୀ, ଆତଙ୍କବାଦୀ ନୁହନ୍ତି ବୋଲି ଚନ୍ନି କହିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଲୁଧିଆନା ଗସ୍ତରେ ଥିବା ବେଳେ ତାଙ୍କ ହେଲିକପ୍ଟର ଅବତରଣ କରିବାକୁ ଥିବାରୁ ଉକ୍ତ ଅଞ୍ଚଳକୁ ନୋ-ଫ୍ଲାଇଙ୍ଗ ଜୋନ୍ ଘୋଷିତ କରାଯାଇଥିଲା । ଫଳରେ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ହେଲିକପ୍ଟରକୁ ଟେକ-ଅଫ ଅନୁମତି ମିଳିପାରି ନଥିଲା ।
ଫେବୃଆରୀ 20ରେ ପଞ୍ଜାବରେ ମାତ୍ର ଗୋଟିଏ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ବେଳେ ଆଜି ପ୍ରଚାର ପାଇଁ ଲୁଧିଆନାରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦି । ତେବେ ମୋଦିଙ୍କ ଗସ୍ତ ପାଇଁ ଉକ୍ତ ଅଞ୍ଚଳକୁ ନୋ ଫ୍ଲାଇଂ ଜୋନ ଘୋଷଣା କରାଯାଇଥିଲା ।