ଚଣ୍ଡିଗଡ: ବଢୁଛି ପଞ୍ଜାବ କଂଗ୍ରେସରେ କନ୍ଦଳ । ଦିନ ଯେତେ ଗଡୁଛି ବିବାଦ ସେତେ ବଢୁଛି । କଂଗ୍ରେସର ରାଜ୍ୟ ପିସିସି ସଭାପତି ନବଜୋତ ସିଂ ସିଦ୍ଧୁ ପଦରୁ ଇସ୍ତଫା ଦେବା ପରେ ସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି । ତେବେ କଂଗ୍ରେସରେ ଦଳୀୟ କନ୍ଦଳ ଏବେ ପିଛା ଛାଡୁନଥିବା ବେଳେ ଆଗକୁ କଣ ହେବ ପଞ୍ଜାବ କଂଗ୍ରେସର ଭାଗ୍ୟ ? ତାହାକୁ ନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ।
ତେବେ ସଙ୍କଟ ଦିନକୁ ଦିନ ଜଟିଳ ହେଉଥିବା ବେଳେ ଆସନ୍ତା ୪ ତାରିଖରେ ରାଜନୈତିକ ସଙ୍କଟର ସମାଧାନ ପାଇଁ ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି କ୍ୟାବିନେଟ ବୈଠକ ଡକାଇଛନ୍ତି । ବୈଠକରେ କଂଗ୍ରେସରେ ବଢୁଥିବା ବିବାଦକୁ ନେଇ ଆଲୋଚନା ହୋଇପାରେ ।