ଓଡିଶା

odisha

ବିରୋଧୀଙ୍କୁ ମାନ୍‌ଙ୍କ ଚ୍ୟାଲେଞ୍ଜ: ଖୋଲା ବିତର୍କ ପାଇଁ ଦେଲେ ଅହ୍ବାନ, ପୋଲିସ୍‌କୁ ଆଇନ ଶୃଙ୍ଖଳା ଚିନ୍ତା

By ETV Bharat Odisha Team

Published : Oct 31, 2023, 10:52 AM IST

Updated : Oct 31, 2023, 12:02 PM IST

ବିରୋଧୀଙ୍କୁ ଚ୍ୟାଲେଞ୍ଜ କରି ଆସନ୍ତାକାଲି ଖୋଲା ବିତର୍କ ପାଇଁ ବିରୋଧୀଙ୍କୁ ଅହ୍ବାନ ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

Punjab cm invite to public sparks
Punjab cm invite to public sparks

ଚଣ୍ଡିଗଡ:ପଞ୍ଜାବ ମୁଖ୍ୟମନ୍ତ୍ରୀ ବନାମ ବିରୋଧୀ ।ବିରୋଧୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ । ପଞ୍ଜାବର ବିଭିନ୍ନ ସମସ୍ୟାକୁ ନେଇ ଆସନ୍ତାକାଲି (ବୁଧବାର) ଅର୍ଥାତ ନଭେମ୍ବର 1 ତାରିଖରେ ଖୋଲା ବିତର୍କ ପାଇଁ ବିରୋଧୀଙ୍କୁ ଅହ୍ବାନ ଦେଇଛନ୍ତି । ପଞ୍ଜାବ କୃଷି ବିଶ୍ବବିଦ୍ୟାଳୟର ମନମୋହନ ସିଂହ ଅଡିଟୋରିୟମରେ ଏହି ବିତର୍କ ନେଇ ସ୍ଥାନ ସ୍ଥିର ହୋଇଛି । ସେପଟେ ଶିରୋମଣି ଅକାଳୀ ଦଳ ନଭେମ୍ବର 1 ତାରିଖ ବତର୍କର ଏଜେଣ୍ଡା ମୁଖ୍ୟମନ୍ତ୍ରୀ ମାନ ସ୍ପଷ୍ଟ କରନ୍ତୁ ବୋଲି କହିଛି ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଓପନ ଡିବେଟର ଆହ୍ବାନ ଦେଇ ବିପକ୍ଷଙ୍କୁ ଖୋଲିଖୋଲି ଚ୍ୟାଲେଞ୍ଜ କରିଛନ୍ତି । ଆସନ୍ତାକାଲି ଏହି ଓପନ ଡିବେଟ ପାଇଁ ଦିନ ଧାର୍ଯ୍ୟ ହୋଇଛି । ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉପରେ ବିତର୍କ ନେଇ ଚ୍ୟାଲେଞ୍ଜ ଦେଇ ମୁଖ୍ୟମନ୍ତ୍ରୀଙ୍କର ଏହି ନିଷ୍ପତ୍ତିକୁ ନେଇ ରାଜନୀତି ସରଗରମ ହୋଇଛି । କାରଣ ଏହା ପ୍ରଥମ ଥର ହେବାକୁ ଯାଉଛି । ସାର୍ବଜନିକ ମଞ୍ଚରେ ଶାସକ ବିରୋଧୀ ପରସ୍ପରକୁ ପ୍ରଶ୍ନ ପଚାରିବେ ବିଭିନ୍ନ ପ୍ରସଙ୍ଗରେ ବିତର୍କ ହେବାକୁ ଯାଉଛି ।

ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ଓପନ ବିତର୍କ ଚ୍ୟାଲେଞ୍ଜ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ । ପଞ୍ଜାବ କୃଷି ବିଶ୍ବବିଦ୍ୟାଳୟର ମନମୋହନ ସିଂହ ଅଡିଟୋରିୟମରେ ଏହି ବିତର୍କ ହେବା ନେଇ ସ୍ଥାନ ସ୍ଥିର ହୋଇଛି । ସ୍ବତନ୍ତ୍ର ଡିଜିପି (ଆଇନ ଓ ଶୃଙ୍ଖଳା) ଅର୍ପିତ ଶୁକ୍ଳା ସୋମବାର ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି । ଏହି ବିତର୍କର ନାମ ରହିଛି ମୁଁ ପଞ୍ଜାବ କହୁଛି (Main Punjab Bolda Han) । ଅପରାହ୍ନ 12ଟାରେ ପଞ୍ଜାବର ପ୍ରମୁଖ ରାଜନୈତିକ ଦଳ ଯିଏକି କ୍ଷମତାରେ ରହିଛନ୍ତି ସେମାନେ ତାଙ୍କ ପକ୍ଷ ରଖିବେ । ପ୍ରତି ଦଳକୁ 30 ମିନିଟ ସମୟ ମିଳିବ । ଏହି ବତର୍କକୁ 3 କୋଟି ପଞ୍ଜାବୀଙ୍କୁ ମଧ୍ୟ ନିମନ୍ତ୍ରଣ ମିଳିଛି ।

ଏହାପୂର୍ବରୁ ପ୍ରଥମେ ଏହି ବିତର୍କ ପାଇଁ ଚଣ୍ଡିଗଡ଼ ଟାଗୋର ଥିଏଟରକୁ ବଛା ଯାଇଥିବା ମାତ୍ର ପରବର୍ତ୍ତୀ ସମୟରେ ଭେନ୍ୟୁକୁ ବଦଳାଇ ନଭେମ୍ବର 1ରେ ଲୁଧିଆନାର ପଞ୍ଜାବ ଦିବସରେ ପଞ୍ଜାବ କୃଷି ବିଶ୍ବବିଦ୍ୟାଳୟକୁ ସ୍ଥିର କରାଯାଇଥିଲା । ଏହି କାର୍ଯ୍ୟକ୍ରମର ସଂଞ୍ଚାଳନ ପ୍ରଫେସର ନିର୍ମଳ ଜୁଡା କରିବେ । ଏହା ପ୍ରଥମ ଥର ହେବାକୁ ଯାଉଛି ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଓପନ ଡିବେଟ କାର୍ଯ୍ୟକ୍ରମ ହେବ । ଏହି ବିତର୍କରେ ରୋଜଗାର, ବିଜୁଳି, କୃଷି, ପରିବାରବାଦ, ଆଇନ ଶୃଙ୍ଖଳା ପରିସ୍ଥିତି ଓ ଯୁବଗୋଷ୍ଠୀଙ୍କ ସହ ଜଡିତ ଗୁରୁତ୍ବପୂର୍ଣ୍ଣ ମୁଦ୍ଦା ଉପରେ ବିତର୍କ ହେବ ।

ଏହା ବି ପଢନ୍ତୁ...CM di Yogshala: ପଞ୍ଜାବବାସୀଙ୍କୁ ମାଗଣା ଯୋଗ ପ୍ରଶିକ୍ଷଣ ଦେବ ମାନ ସରକାର

ଶିରୋମଣି ଅକାଳୀ ଦଳ ପଞ୍ଜାମ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ନଭେମ୍ବର 1 ତାରିଖରେ ହେବାକୁ ଥିବା ଖୋଲା ବିତର୍କର ଏଜେଣ୍ଡ ସ୍ପଷ୍ଟ କରିବାକୁ ଅପିଲ କରିଛନ୍ତି । ଅକାଳି ଦଳ କହିଛି, "ବିତର୍କ ନେଇ କୌଣସି ଏଜଣ୍ଡା ଜାରି ହୋଇନାହିଁ । ଖୁବଶ୍ରୀଘ୍ର ମୁଖ୍ୟମନ୍ତ୍ରୀ ଏଜେଣ୍ଡା ସ୍ଥିର କରନ୍ତୁ । ରାଜ୍ୟ ଓ ଚାଷୀଙ୍କ ନେଇ ମୁଦ୍ଦାର ମହତ୍ତ୍ବକୁ ଧ୍ୟାନରେ ରଖି ବିସ୍ତୃତ ଏଜେଣ୍ଡା ହେବା ଦରକାର ।"

Last Updated : Oct 31, 2023, 12:02 PM IST

ABOUT THE AUTHOR

...view details