ଓଡିଶା

odisha

By

Published : Mar 29, 2022, 2:02 PM IST

ETV Bharat / bharat

ପଞ୍ଜାବରେ ଘର ଦୁଆରରେ ପହଞ୍ଚିବ ରାସନ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପଞ୍ଜାବରେ ଲୋକଙ୍କ ଘରେ ଦୁଆରରେ ପହଞ୍ଚିବ ରାସନ ସାମଗ୍ରୀ । ଗରିବଙ୍କ ପାଇଁ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ । ଅଧିକ ପଢନ୍ତୁ

ପଞ୍ଜାବରେ ଘରେ ଦୁଆରରେ ପହଞ୍ଚିବ ରାସନ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ପଞ୍ଜାବରେ ଘରେ ଦୁଆରରେ ପହଞ୍ଚିବ ରାସନ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଚଣ୍ଡୀଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ପୁଣି ଏକ ବଡ ଘୋଷଣା । ପଞ୍ଜାବର ଘରେ ଘରେ ପହଞ୍ଚିବ ରାସନ ସାମଗ୍ରୀ । ଯାହାଫଳରେ ଏଣିକି ରାସନ ସାମଗ୍ରୀ ନେବା ପାଇଁ ଲୋକଙ୍କୁ ଆଉ ଘଣ୍ଟା ଘଣ୍ଟା ଲାଇନରେ ଛିଡା ହେବାକୁ ପଡିବ ନାହିଁ । ଗରିବ ଲୋକଙ୍କ ପାଇଁ ସେମାନଙ୍କ ଘର ଦୁଆରରେ ରାସନ ସାମଗ୍ରୀ(doorstep delivery of ration) ପହଞ୍ଚାଇବା ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ଟ୍ବିଟରରେ ଏକ ଭିଡିଓ ବାର୍ତ୍ତା ଜରିଆରେ ସେ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ମାନ କହିଛନ୍ତି, ସରକାରୀ କର୍ତ୍ତୃପକ୍ଷ ପଞ୍ଜାବବାସୀ ଅର୍ଥାତ୍ ହିତାଧିକାରୀଙ୍କୁ ଫୋନ କରିବେ । ସେମାନଙ୍କ ସୁବିଧା ଅନୁସାରେ ରାସନ ସାମଗ୍ରୀ ତାଙ୍କ ଘରେ ପହଞ୍ଚାଯିବ । ଏହା ଏକ ବୈକଳ୍ପିକ ଯୋଜନା (optional scheme)ଅଟେ । ଅର୍ଥାତ୍ ଯେଉଁ ଲୋକମାନେ ଚାହିଁବେ ସେମାନେ ଡିଲର ପାଖକୁ ଯାଇ ରାସନ ଆଣିପାରିବେ ବୋଲି ମାନ କହିଛନ୍ତି । କହିରଖୁଛୁ କି, ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ସମାନ ଯୋଜନା ଦିଲ୍ଲୀରେ କାର୍ଯ୍ୟକାରୀ କରିବା ପାଇଁ ପ୍ରଚେଷ୍ଟା କରିଥିଲେ । ହେଲେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ମତଭେଦ ଯୋଗୁଁ ଯୋଜନା କାର୍ଯ୍ୟକାରୀ ହୋଇପାରିନଥିଲା ।

ABOUT THE AUTHOR

...view details