ନୂଆଦିଲ୍ଲୀ:ହସ୍ପିଟାଲରେ ଭର୍ତ୍ତି ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ । ବୁଧବାର ସକାଳେ ଅସୁସ୍ଥ ଅନୁଭବ କରିବାରୁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ଏନେଇ ଆଜି ଏକ ବିଶେଷ ସୁତ୍ରରୁ ସୂଚନା ମିଳିଛି । ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏନେଇ କୌଣସି ସୂଚନା ମିଳିନାହିଁ । ହସ୍ପିଟାଲରେ ଯାଞ୍ଚ ପରେ ଇମ୍ଫେକସନ୍ କାରଣରୁ ପେଟରେ ଯନ୍ତ୍ରଣା ହେଉଥିବା ଡାକ୍ତରଙ୍କ ତରଫରୁ ସୂଚନା ଦିଆଯାଇଛି ।
ହସ୍ପିଟାଲରେ ଭର୍ତ୍ତି ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ
ଅସୁସ୍ଥ ଅନୁଭବ କରିବାରୁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ । ଅଧିକ ପଢନ୍ତୁ
ହସ୍ପିଟାଲରେ ଭର୍ତ୍ତି ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ
ଗତ ଜୁଲାଇ ୭ ତାରିଖରେ ଦ୍ବିତୀୟ ବିବାହ କରିଥିଲେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ । ଚଣ୍ଡିଗଡ଼ ସ୍ଥିତ ତାଙ୍କ ବାସଭବନରେ ଡ.ଗୁରୁପ୍ରିତ କୌରଙ୍କୁ ବିବାହ କରିଥିଲେ ଭଗବନ୍ତ । ପ୍ରାୟ 6 ବର୍ଷ ତଳେ ମୁଖ୍ୟମନ୍ତ୍ରୀ ମାନଙ୍କର ଛାଡପତ୍ର ହୋଇଥିବା ବେଳେ ଏହା ତାଙ୍କର ଦ୍ବିତୀୟ ବିବାହ ।