ଚଣ୍ଡିଗଡ:ପଞ୍ଜାବରେ ମୁଖ୍ୟମନ୍ତ୍ରୀ ବଦଳିବା ପରେ ଏବେ ରାଜ୍ୟ ରାଜନୀତି ପୁରା ସରଗରମ ରହିଛି । ନୂଆ ନୂଆ ମୁଖ୍ୟମନ୍ତ୍ରୀ ହୋଇଥିବା ଚରଣଜିତ ସିଂ ଚନ୍ନୀ ଏବେ ପୁରା ଜୋସରେ । କେତେବେଳେ ଶାୟରୀ କହି ଲୋକଙ୍କୁ ମନୋରଞ୍ଜନ କରୁଛନ୍ତି ତ କେତେବେଳେ କିଛି ଚର୍ଚ୍ଚିତ ବୟାନ ଦେଇ ସୋସିଆଲ ମିଡିଆ ଶିରୋନାମାରେ ଅଛନ୍ତି ।
ଆଜି (ଗୁରୁବାର) ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଚନ୍ନୀ । ମୁଖ୍ୟମନ୍ତ୍ରୀ ହେବାପରେ ପ୍ରଥମଥର କପୁରଥଲା ସ୍ଥିତ ପଞ୍ଜାବ ଟେକ୍ନିକାଲ ୟୁନିଭର୍ସିଟିର ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ତେବେ ଏତିକି ବେଳେ ମଞ୍ଚ ଉପରକୁ ଯାଇ ଭାଙ୍ଗଡା କରୁଥିବା ଛାତ୍ରଙ୍କ ସହ ନିଜେ ଭାଙ୍ଗଡା ନାଚିଥିଲେ ।