ଚଣ୍ଡିଗଡ: ଦେଶରେ କୋରୋନା ଭାଇରସର ଦ୍ବିତୀୟ ୱେଭ ଆରମ୍ଭ ହୋଇଛି । ରାଜଧାନୀ ଦିଲ୍ଲୀ-ଏନସିଆରରେ କୋଭିଡ-19ର ଗମ୍ଭୀର ସ୍ଥିତି ମଧ୍ୟରେ ପଞ୍ଜାବରେ ମଧ୍ୟ କୋରୋନାର ଦ୍ବିତୀୟ ଲହରୀ ଆରମ୍ଭ ହେଉଥିବା ଦେଖିବାକୁ ମିଳିଛି । ଯାହାକୁ ଦେଖି ଆଜି(ବୁଧବାର) ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଆସନ୍ତା ଡିସେମ୍ବର ମାସରୁ ରାଜ୍ୟରେ ଅନେକ ନୂଆ କୋଭିଡ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଯେଉଁଥିରେ ଡିସେମ୍ବର 1ରୁ ରାଜ୍ୟର ସବୁ ସହର ଓ ଅଞ୍ଚଳରେ ଲାଗୁ ହେବାକୁ ଯାଉଛି ରାତ୍ରୀକାଳିନ କର୍ଫ୍ୟୁ । ଏହାସହ ମାସ୍କ ନପିନ୍ଧିବା ଓ ସାମାଜିକ ଦୂରତା ନିୟମର ପାଳନ ନକଲେ ଖିଲାପକାରୀଙ୍କ ଠାରୁ ଦ୍ବିଗୁଣା ଜୋରିମାନା ଆଦାୟ କରାଯିବ ବୋଲି କଡା ନିର୍ଦ୍ଦେଶ ହୋଇଛି । ଏହି ନିର୍ଦ୍ଦେଶର ସମୀକ୍ଷା ଆସନ୍ତା ଡିସେମ୍ବର 15ରେ କରାଯିବ ।