ଓଡିଶା

odisha

ETV Bharat / bharat

ହାଇକମାଣ୍ଡଙ୍କୁ ଭେଟିଲେ କ୍ୟାପ୍ଟେନ, କଳହ ଦୂର କରିବାକୁ ଫର୍ମୁଲା ଉପରେ ଚର୍ଚ୍ଚା - କ୍ୟାପ୍ଟେନ ଅମରିନ୍ଦର

ପଞ୍ଜାବ କଂଗ୍ରେସ(CONGRESS)ରେ କୁହୁଳୁଥିବା କଳହର ନିଆଁ ମଧ୍ୟରେ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ । ପାଖାପାଖି ଘଣ୍ଟାଏ ଧରି ବୈଠକରେ ହୋଇଛି ଆଲୋଚନା । ଅଧିକ ପଢନ୍ତୁ...

CONGRESS ହାଇକମାଣ୍ଡଙ୍କୁ ଭେଟିଲେ କ୍ୟାପ୍ଟେନ ଅମରିନ୍ଦର, କଳହ ଦୂର କରିବାକୁ ସୋନିଆଙ୍କ ଫର୍ମୁଲା
CONGRESS ହାଇକମାଣ୍ଡଙ୍କୁ ଭେଟିଲେ କ୍ୟାପ୍ଟେନ ଅମରିନ୍ଦର, କଳହ ଦୂର କରିବାକୁ ସୋନିଆଙ୍କ ଫର୍ମୁଲା

By

Published : Jul 6, 2021, 10:06 PM IST

ଚଣ୍ଡିଗଡ: ଆସନ୍ତା ବର୍ଷ ପଞ୍ଜାବରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଳହ ସହ ସଂଘର୍ଷ କରୁଛି କ୍ଷମତାସୀନ କଂଗ୍ରେସ(CONGRESS) ସରକାର । ଦେଶର ଅନ୍ୟ ରାଜ୍ୟରେ ନିଜର ଅସ୍ତିତ୍ବ ବଞ୍ଚାଇବାକୁ ଚେଷ୍ଟା କରୁଥିବା କଂଗ୍ରେସର ହାଇକମାଣ୍ଡ ପଞ୍ଜାବରେ ଏହି କଳହକୁ ଯଥାଶିଘ୍ର ଶେଷ କରିବା ଦିଗରେ ଜୋର ଦେଉଛନ୍ତି ।

ପଞ୍ଜାବ କଂଗ୍ରେସରେ କୁହୁଳୁଥିବା କଳହର ନିଆଁ ମଧ୍ୟରେ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ । ପାଖାପାଖି ଘଣ୍ଟାଏ ଧରି ବୈଠକରେ ହୋଇଛି ଆଲୋଚନା । ଏହି ସମୟରେ ବୈଠକରେ ଉପସ୍ଥିତ ଥିଲେ କଂଗ୍ରେସ କଳହର ସମାଧାନ ପାଇଁ ଗଠିତ କମିଟିର ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ।

କଂଗ୍ରେସ ଅଧ୍ୟକ୍ଷଙ୍କ ପ୍ରତିଟି ନିଷ୍ପତ୍ତି ମଞ୍ଜୁର ହେବ ବୋଲି ବୈଠକ ପରେ ବୟାନ ଦେଇଛନ୍ତି କ୍ୟାପ୍ଟେନ ଅମରିନ୍ଦର ସିଂହ । ସମସ୍ତେ ମିଳିମିଶି ନିର୍ବାଚନ ଲଢିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି କ୍ୟାପ୍ଟେନ ।

ସୋନିଆ ଗାନ୍ଧୀ ଓ ଅମରିନ୍ଦର ସିଂହଙ୍କ ଏହି ବୈଠକ ସମୟରେ ପଞ୍ଜାବ କଂଗ୍ରେସରେ କଳହକୁ ଦୂର କରିବାର ଫର୍ମୁଲା ଉପରେ ଚର୍ଚ୍ଚା ହୋଇଥିବା ଅନୁମାନ କରାଯାଉଛି । ପ୍ରଦେଶ କଂଗ୍ରେସରେ ଆରମ୍ଭ ହୋଇଥିବା ସଂକ୍ରଟ ପରଠୁ ହାଇକମାଣ୍ଡଙ୍କ ସହ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ଏହା ପ୍ରଥମ ବୈଠକ ।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଓ ପୂର୍ବତନ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ, ଉଭୟଙ୍କ ପାଇଁ ଗୋଟିଏ ସମାନ ସ୍ଥିତିର ଫର୍ମୁଲା ପ୍ରସ୍ତୁତ କରି କଳହ ଦୂର କରିବା ସହ ବିଧାନସଭା ନିର୍ବାଚନ ପୂର୍ବରୁ ଏକଜୁଟ କରିବାର ପ୍ରୟାସ କରୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ।

ABOUT THE AUTHOR

...view details