ଚଣ୍ଡିଗଡ: ଆସନ୍ତାକାଲି (ଶନିବାର) ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଟିମ ଶପଥ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟ (Punjab Cabinet Minister) ସକାଳ 11 ଟାରେ ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଶପଥ ପାଠ କରିବେ । ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଥିବା 10 ଜଣ ବିଧାୟକଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମାନ । ମାନଙ୍କ ମନ୍ତ୍ରୀ ମନ୍ତ୍ରୀ ମଣ୍ଡଳରେ 4 ଜଣ ଦଳିତ, 3 ହିନ୍ଦୁ, 3 ଜାଟ ଶିଖ ମନ୍ତ୍ରୀ ହେବାକୁ ଥିବା ବେଳେ ଜଣେ ମହିଳା ମଧ୍ୟ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବେ ।
କିଏ କିଏ ହେବେ ମନ୍ତ୍ରୀ ମଣ୍ଡଳରେ ସାମିଲ?
ହରପାଲ ସିଂ ଚୀମା
ହରପାଲ ସିଂ ଚୀମା ଡିରବା ବିଧାନସଭା ଆସନରୁ ଦ୍ବିତୀୟ ଥର ପାଇଁ ନିର୍ବାଚିତ ହୋଇ ବିଧାନସଭା ପହଞ୍ଚିଛନ୍ତି । ଗତ ସରକାରରେ ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରିଛନ୍ତି ହରପାଲ । ନିର୍ବାଚନ ବେଳେ ଆମ ଆଦମୀ ପାର୍ଟିର ଜଣେ ରାଜ୍ୟସ୍ତରୀୟ ଚେହେରା ଥିଲେ । ସମସ୍ତ ଆପ ପ୍ରାର୍ଥୀ ନିଜ ନିର୍ବାଚନୀ ପୋଷ୍ଟର ବ୍ୟାନରରେ ହରପାଲଙ୍କ ଫଟୋକୁ ସ୍ଥାନ ଦେଇଥିଲେ ।
ଗୁରୁମୀତ ସିଂ ମୀତ
ଗୁରୁମୀତ ସିଂ ମୀତ ବରନାଲ ବିଧାନସଭା ଆସନରୁ ଦ୍ବିତୀୟ ଥର ପାଇଁ ନିର୍ବାଚିତ ହୋଇ ବିଧାନସଭା ପହଞ୍ଚିଛନ୍ତି । ଏହାସହ ଗୁରୁମୀତ ପଞ୍ଜାବ ଆପ ଯୁବଶାଖାର ଅଧ୍ୟକ୍ଷ ମଧ୍ୟ ଅଛନ୍ତି ।
ବଲଜୀତ କୌର
ବଲଜୀତ ମଲୋଟା ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସିଛନ୍ତି । ପୂର୍ବତନ ଆମ ଆଦମୀ ସାଂସଦ ତଥା ପ୍ରଫେସର ସାଧୁ ସିଂଙ୍କ ଝିଅ ହେଉଛନ୍ତି ବଲଜୀତ । ପେଶାରେ ଜଣେ ଆଖି ଡାକ୍ତର ।
ହରଭଜନ ସିଂ ଇଟୀଓ
ହରଭଜନ ସିଂ ଇଟୀଓଜନ୍ଦିଆଲ ଆସନରୁ ପ୍ରଥମ ଥର ପାଇଁ ଆପ ଟିକେଟରୁ ନିର୍ବାଚନ ଲଢି ବିଧାନସଭା ପହଞ୍ଚିଛନ୍ତି । କଂଗ୍ରେସ ଦିଗଜ୍ଜ ନେତାଙ୍କୁ ପରାସ୍ତ କରି ନିର୍ବାଚିତ ହୋଇଛନ୍ତି ।