ନୂଆଦିଲ୍ଲୀ:ପଞ୍ଜାବ ବିଧାନସଭା ନିର୍ବଚନରେ ପ୍ରତିଦ୍ବନ୍ଦିତା କରୁଥିବା କେଜ୍ରିଓ୍ବାଲଙ୍କ ଆମ ଆଦମି ପାର୍ଟି ଆସନ୍ତାକାଲି (ମଙ୍ଗଳବାର) ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୂଡାନ୍ତ କରିବ । ଆସନ୍ତାକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ପାର୍ଟି ମୁଖ୍ୟ ଚଣ୍ଡିଗଡ ଗସ୍ତ କରିବା ପରେ ସେଠାରେ ଆନୁଷ୍ଠାନିକ ଭାବେ ଏନେଇ ଘୋଷଣା କରିପାରନ୍ତି ବୋଲି ସୂତ୍ରରୁ ସୂଚନା ମିଳିଛି ।
ତେବେ କିଛି ରାଜନୈତିକ ଦଳ ଫଳାଫଳ ଆସିବା ପରେ ଦଳ ସଂଖ୍ୟା ଗରିଷ୍ଠତାକୁ ଆସିଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ବିଚାର ବିମର୍ଶ କରୁଥିବାବେଳେ ଆପ କିନ୍ତୁ ମତଦାନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ବୋଲି ପୂର୍ବରୁ ସ୍ପଷ୍ଟ କରିସାରିଛି । ତେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ସମ୍ଭାବ୍ୟ ତାଲିକାରେ ଭଗବନ୍ତ ସିଂ ମନ୍ ଶୀର୍ଷରେ ଅଛନ୍ତି । ଯଦିଓ ଭାଗବତ ସିଂଙ୍କୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜାରି ରହିଛି, ଦଳ ପକ୍ଷରୁ କିନ୍ତୁ ଆନୁଷ୍ଠାନିକ ଭାବେ କିଛି ପ୍ରକାଶ କରାଯାଇନାହିଁ ।