ଚଣ୍ଡିଗଡ଼: ଦ୍ରୌପଦୀ ମୁର୍ମୁ ପ୍ରଥମ ଆଦିବାସୀ ମହିଳା ଭାବେ ଭାରତର ରାଷ୍ଟ୍ରପତି ଭାବେ ସର୍ବୋଚ୍ଚ ପଦ ଅଳଙ୍କୃତ କରିଛନ୍ତି । ରାଷ୍ଟ୍ରପତି ଭାବେ ମୁର୍ମୁ ଆଜି ଶପଥ ଗ୍ରହଣ କରିବା ପରେ ତାଙ୍କୁ ଦେଶର ବିଭିନ୍ନ କ୍ଷେତ୍ରରୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହାରି ମଧ୍ୟରେ ପଞ୍ଜାବର ଯୁବ ଚିତ୍ରକାର ଜଗଜୋତ ସିଂ ରୁବାଲ ରାଷ୍ଟ୍ରପତିଙ୍କ ଏକ ବିଶାଳ ଚିତ୍ର ଆଙ୍କିଛନ୍ତି । ଏହାର ଉଚ୍ଚତା ୭ ଫୁଟ ରହିଥିବା ବେଳେ ଏହା ମାଧ୍ୟମରେ ସେ ନୂତନ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୭ ଫୁଟ ଉଚ୍ଚତାର ଚିତ୍ର ଆଙ୍କିଲେ ପଞ୍ଜାବ ଚିତ୍ରକାର
ଦେଶର ପ୍ରଥମ ମହିଳା ରାଷ୍ଟ୍ରପତିଙ୍କ ପାଇଁ ବିଶାଳ ଫଟୋଚିତ୍ର ଅଙ୍କନ କଲେ ପଞ୍ଜାବ ଚିତ୍ରକାର ଜଗଜୋତ ସିଂ। ଅଧିକ ପଢନ୍ତୁ
ଏହି ୭ ଫୁଟର ପେଣ୍ଟିଂରେ ସେ ରାଷ୍ଟ୍ରପତି ମୁର୍ମୁଙ୍କ ଫଟୋଚିତ୍ରକୁ ଅଙ୍କନ କରିଛନ୍ତି । ରୁବାଲ ଏହି ଫ୍ରେମରେ ରାଷ୍ଟ୍ରପତି ଭବନକୁ ମଧ୍ୟ ସ୍ଥାନିତ କରିବାକୁ ଚାହୁଁଥିଲେ । ମାତ୍ର ତାହା ସେ କରିନାହାନ୍ତି । ମୁର୍ମୁଙ୍କ ଫଟୋଚିତ୍ର ନିକଟରେ ଅନ୍ୟ ସିନେ କଳାକାର ଓ ବିଶିଷ୍ଟ ବ୍ୟକ୍ତିତ୍ବଙ୍କ ଫଟୋ ଅଙ୍କ ନ କରିଛନ୍ତି ରୁବାଲ । ତେବେ ସୂଚନା ଥାଉ କି, ରାଷ୍ଟ୍ରପତି ମୁର୍ମୁ ପୂର୍ବରୁ ଝାଡ଼ଖଣ୍ଡର ରାଜ୍ୟପାଳ ଥିଲେ । ଗତ ଜୁଲାଇ ୨୨ ତାରିଖିରେ ସେ ବିପକ୍ଷ ପ୍ରାର୍ଥୀ ଯଶୋୱନ୍ତ ସିହ୍ନାଙ୍କୁ ବିପୁଳ ଭୋଟରେ ହରାଇ ନିର୍ବାଚନରେ ବିଜୟୀ ହୋଇଥିଲେ ।
ଗତ ଗୁରୁବାର ଭୋଟ ଗଣତି ପରେ NDAର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଘୋଷିତ କରାଯାଇଥିଲା । ଯୁବ ଚିତ୍ରକାର ରୁବାଲଙ୍କୁ ଆମେରିକାର 'ପେଣ୍ଟିଂ ପ୍ରେସିଡ଼େଣ୍ଟ'(Painting President) ବୋଲି କୁହାଯାଏ । ସେ ଏଯାବତ ୨୩୦ ରାଷ୍ଟ୍ରପତିଙ୍କ ଫଟୋଚିତ୍ର ଅଙ୍କନ କରିଛନ୍ତି ।