ଓଡିଶା

odisha

ETV Bharat / bharat

Pulawama Blast: ଜୈଶ ଏ ମହମ୍ମଦ ଆତଙ୍କୀଙ୍କୁ ଆଜୀବନ କାରାଦଣ୍ଡ, ତଦନ୍ତ କରୁଥିଲେ ଓଡ଼ିଆ IPS - ଜୈଶ ଏ ମହମ୍ମଦ ଆତଙ୍କୀଙ୍କୁ ଆଜୀବନ କାରାଦଣ୍ଡ

ଜୈଶ ଏ ମହମ୍ମଦ ଆତଙ୍କୀଙ୍କୁ ଆଜୀବନ କାରାଦଣ୍ଡ । ପୁଲୱାମା ଆତଙ୍କୀ ଆକ୍ରମଣରେ ଆତଙ୍କବାଦୀଙ୍କୁ ସହୟତା କରିଥିଲେ । ୫ ଜଣ ଜୈଶ-ଏ-ମହମ୍ମଦ ଆତଙ୍କୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ସ୍ବତନ୍ତ୍ର NIA କୋର୍ଟ । ଏହି ମାମଲର ତଦନ୍ତ କରୁଥିଲେ ଜଣେ ଓଡ଼ିଆ ଆଇପିଏସ୍‌ ଅଧିକାରୀ । ଅଧିକ ପଢ଼ନ୍ତୁ

Pulwama blast Life Imprisonment  to five accused Odia IPS  Officer investigated as Chief Investigation Officer
Pulawama Blast: ଜୈଶ ଏ ମହମ୍ମଦ ଆତଙ୍କୀଙ୍କୁ ଆଜୀବନ କାରାଦଣ୍ଡ, ତଦନ୍ତ କରୁଥିଲେ ଓଡ଼ିଆ IPS

By

Published : Nov 29, 2022, 4:15 PM IST

ନୂଆଦିଲ୍ଲୀ: ଜୈଶ ଏ ମହମ୍ମଦ ଆତଙ୍କୀଙ୍କୁ ଆଜୀବନ କାରାଦଣ୍ଡ । ୫ ଜଣ ଜୈଶ-ଏ-ମହମ୍ମଦ ଆତଙ୍କୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ସ୍ବତନ୍ତ୍ର NIA କୋର୍ଟ । ପୁଲୱାମା ଆତଙ୍କୀ ଆକ୍ରମଣରେ ଏମାନେ ଆତଙ୍କବାଦୀଙ୍କୁ ସହୟତା କରିଥିଲେ । ଏହି ମାମଲାରେ ଜଣେ ଦୋଷୀଙ୍କୁ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି NIA ସ୍ବତନ୍ତ୍ର କୋର୍ଟ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ମାମଲର ତଦନ୍ତ କରୁଥିଲେ ଜଣେ ଓଡ଼ିଆ ଆଇପିଏସ୍‌ ଅଧିକାରୀ ବର୍ତ୍ତମାନ ସେ ରାଜ୍ୟ ଅପରାଧ ରେକର୍ଡ ବ୍ୟୁରରେ ଏସ୍‌ପି ଭାବରେ କାର୍ଯ୍ୟ କରୁଛନ୍ତି ।

ଓଡ଼ିଆ IPS ଅଧିକାରୀ ଡକ୍ଟର ସତ୍ୟଜିତ ନାୟକ ଏହି ମାମଲା ତଦନ୍ତ କରୁଥିଲେ । ସେହି ସମୟରେ IPS ଅଧିକାରୀ ଡକ୍ଟର ସତ୍ୟଜିତ ନାୟକ NIAର ଏସ୍‌ପି ଭାବରେ ଦାୟିତ୍ବରେ ଥିଲେ । ପୁଲୱାମା ଆକ୍ରମଣ ପରେ ଏହାକୁ ନେଇ ଅନେକ ଦିଗରୁ ତଦନ୍ତ କରାଯାଇଥିଲା । ଏହି ଆକ୍ରମଣରେ ଆତଙ୍କବାଦୀଙ୍କୁ ଅନେକ ସହାୟତା କରିଥିବା ଲିଙ୍କ୍‌ ମିଳିଥିଲା । ଏହାକୁ ନେଇ ତଦନ୍ତ ଆରମ୍ଭ ହୋଇଥିଲା । ମୁଖ୍ୟ ତଦନ୍ତ ଅଧିକାରୀ ଭାବରେ ଦାୟିତ୍ବ ନେଇଥିଲେ IPS ଅଧିକାରୀ ଡକ୍ଟର ସତ୍ୟଜିତ ନାୟକ ।

ଏହି ମାମଲାରେ ଆଡିସ୍‌ନାଲ୍‌ ସେସନ୍‌ ଜଜ୍‌ ପଟିଆଲା ହାଉସ କୋର୍ଟ ମୋଟ ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସେମାନଙ୍କ ମଧ୍ୟରେ ୫ ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଯାଇଥିବା ବେଳେ ଜଣଙ୍କୁ ଏକ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ସହ ଏମାନେ ଜଡ଼ିତ ଥିଲେ ।

ସଜଦ ଅହମ୍ମଦ ଖାନ, ବିଲାଲ୍‌ ଅହମ୍ମଦ, ମୁଜାଫର ଅହମ୍ମଦ ଭଟ୍ଟ, ଇଶପାଖ୍‌ ଅହମ୍ମଦ ଭଟ୍ଟ, ମେହେରାଜୁଦ୍ଦିନ୍‌ ଚୋପାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିବା ବେଳେ ତନବୀର ଅହମ୍ମଦଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି କୋର୍ଟ ।

ABOUT THE AUTHOR

...view details