ଶ୍ରୀନଗର:ପୁଲୱାମାର ଗାଙ୍ଗୁ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣରେ ଆହତ ହୋଇଥିବା ଜଣେ CRPF ଯବାନଙ୍କ ମୃତ୍ୟୁ ଘଟିଛି । ଆଜି ପୂର୍ବାହ୍ନରେ ହୋଇଥିବା ଆକ୍ରମଣରେ ଯବାନଜଣଙ୍କ ଗୁରୁତର ହୋଇଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ତାଙ୍କୁ ମୃତ ଘୋଷଣା କରାଯାଇଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ସୁରକ୍ଷା ବାହିନୀ । ଶହୀଦ ହୋଇଥିବା ଯବାନଙ୍କ ପରିଚୟ ଖୁବଶୀଘ୍ର ସେନା ସ୍ପଷ୍ଟ କରିବାର ସମ୍ଭାବନା ରହିଛି ।
Pulwama Attack: ଆହତ CRPF ଯବାନ ଶହୀଦ, ସର୍ଚ୍ଚ ଅପରେସନ ଜାରି - ପୁଲଓ୍ବାମା ଆକ୍ରମଣରେ ଜଣେ ଶହୀଦ
ପୁଲଓ୍ବାମାରେ ଜଣେ CRPF ଯବାନ ଶହୀଦ । ଆତଙ୍କବାଦୀ ଆକ୍ରମଣରେ ହୋଇଥିଲେ ଗୁରୁତର । ଜାରି ରହିଛି ସର୍ଚ୍ଚ ଅପରେସନ । ଅଧିକ ପଢନ୍ତୁ
Pulwama Attack: ଜଣେ ଯବାନ ଶହୀଦ, ସର୍ଚ୍ଚ ଅପରେସନ ଜାରି
ସୂଚନା ଅନୁସାରେ, ପୁଲୱାମା ଜିଲ୍ଲାର ଗାଙ୍ଗୁରେ ଆତଙ୍କବାଦୀ ଏବଂ CRPF ଓ ପୋଲିସର ମିଳିତ ବାହିନୀ ମଧ୍ୟରେ ଗୁଳି ବିନିମୟରେ ହୋଇଥିଲା । ଏଥିରେ 182 ବାଟାଲିୟନ CRPF ର ASI ବିନୋଦ କୁମାର ଗୁରୁତର ଆହତ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Jul 17, 2022, 10:11 PM IST