ଅମରାବତୀ: ଏକତରଫା ପ୍ରେମ କରି ଯୁବତୀଙ୍କ ଗଳା କାଟିଲା ପ୍ରେମିକ । ଆନ୍ଧ୍ରପ୍ରଦେଶ ଗୁଡୁର ଜିଲ୍ଲାର ଜଣେ ଏକ ତରଫା ସାଇକୋ ପ୍ରେମିକ ପ୍ରେମ ନିବେଦନ କରି ବିଫଳ ହେବାରୁ ଗୁରୁବାର ଯୁବତୀଙ୍କୁ ଗଳା କାଟି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପୋଲିସର ସୂଚନା ଅନୁଯାୟୀ, ଗୁଡୁର ଜିଲ୍ଲାରେ ରହୁଥିବା ପି. ସୁଦ୍ଧାକର ଏବଂ ସରିତା ପେସାରେ ଅଧ୍ୟାପକ ଥିବାବେଳେ ଉକ୍ତ କଲେଜରେ ଝିଅ ତେଜସ୍ବିନୀ ଇଞ୍ଜିନିୟରିଂ ପଢୁଥିଲା । ସେହି କଲେଜରେ ଚେଞ୍ଚୁ କିଷ୍ଣାଙ୍କ ପୁଅ ଭେଙ୍କେଟେସ ମଧ୍ୟ ପଢୁଥିଲା । କଲେଜରେ ତେଜସ୍ବିନୀ ଏବଂ ଭେଙ୍କେଟଶଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା ।
ଧୀରେ ଧୀରେ ଭେଙ୍କଟେଶ ତେଜସ୍ବିନୀଙ୍କୁ ଏକ ତରଫା ପ୍ରେମ କରି ବସିଥିଲେ । ସେ ବାରମ୍ବାର ତେଜସ୍ବିନୀଙ୍କୁ ଏ ସମ୍ପର୍କରେ ଜଣାଇ ହଇରାଣ କରୁଥିଲେ । ମାତ୍ର ତେଜସ୍ବିନୀ ତାଙ୍କୁ ଭଲ ପାଉନଥିବା କହି କଥାକୁ ଏଡାଇବା ସହ ଭେଙ୍କଟେଶଙ୍କ ବ୍ୟବହାରରେ ଅତିଷ୍ଠ ହୋଇଯାଇଥିଲେ । ଯାହାକୁ ନେଇ ସେ ଏସମ୍ପର୍କରେ ନିଜ ବାପା ମାଙ୍କୁ ଜଣାଇଥିଲେ । ତେଜସ୍ବିନୀଙ୍କ ବାପା ମାଆ ଭେଙ୍କଟେଶଙ୍କ ବାପାଙ୍କୁ ଏସମ୍ପର୍କରେ ଜଣାଇଥିଲେ । ଫଳରେ ଭେଙ୍କଟେଶଙ୍କୁ କିଛି ଦିନ ପାଇଁ ବେଙ୍ଗାଲୁରୁ ପଠାଇଥିଲେ ତାଙ୍କ ବାପା । କୋରୋନା କାରଣରୁ ଭେଙ୍କଟେଶ ପୁଣି ଗୁଣ୍ଟୁର ଫେରି ଆସିଥିଲେ । ମାତ୍ର ତେଜସ୍ବିନୀଙ୍କୁ ପାଇବାର ଆଶା ତାଙ୍କ ମନରୁ ଯାଇନଥିଲା ।