ଓଡିଶା

odisha

ETV Bharat / bharat

ବିହାରରେ ୧୧ ଜଣଙ୍କୁ ଗୁଳି କଲେ ସାଇକୋ କିଲର୍ - ସାଇକୋ କିଲର

ବିହାରରେ ଆତଙ୍କ ଖେଳାଇଛନ୍ତି ସାଇକୋ କିଲର୍‌ । ରାସ୍ତା ଉପରେ ଲୋକଙ୍କୁ ଆଖିବୁଜା ଗୁଳିମାଡ । ୧୧ ଜଣଙ୍କ ଦେହରେ ଗୁଳି ବାଜି ଥିବାବେଳେ ଜଣେ ମୃତ । ଅଧିକ ପଢନ୍ତୁ

ବିହାରରେ ୧୧ ଜଣଙ୍କୁ ଗୁଳି କଲେ ସାଇକୋ କିଲର୍
ବିହାରରେ ୧୧ ଜଣଙ୍କୁ ଗୁଳି କଲେ ସାଇକୋ କିଲର୍

By

Published : Sep 14, 2022, 9:53 AM IST

Updated : Sep 14, 2022, 9:58 AM IST

ପାଟନା: ବିହାରରେ ମାତିଛନ୍ତି ସାଇକୋ କିଲର୍‌(Psycho killer) । ରାସ୍ତା ଉପରେ ଲୋକଙ୍କୁ ଆଖିବୁଜା ଗୁଳିମାଡ କରୁଛନ୍ତି । ବିହାର ବେଗୁସରାଇ ଜିଲ୍ଲାରେ ଦୁଇ ଜଣ ସାଇକୋ କିଲର୍ ଗତକାଲି(ମଙ୍ଗଳବାର) ୧୧ ଜଣଙ୍କୁ ଗୁଳି କରି ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଗୁରୁତର ଅବସ୍ଥାରେ ବିଭିନ୍ନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ଏହି କାଣ୍ଡ ଘଟିଛି । ବେଗୁସରାଇର ଚକିଆ ପୋଲିସ ଷ୍ଟେସନ ସ୍ଥିତ ଥର୍ମାଲ ଗେଟ୍ ନିକଟରେ ଦୁଇ ବନ୍ଧୁକଧାରୀ ଲୋକଙ୍କ ଉପରେ ଅତର୍କିତ ଗୁଳି ଚାଳନା କରିଛନ୍ତି । ବର୍ତ୍ତମାନ ଦୁଇ ଜଣଯାକ ଫେରାର୍ ଥିବାବେଳେ ପୋଲିସ ସେମାନଙ୍କୁ ଧରିବାକୁ ଖୋଜାଖୋଜି ଚଳାଇଛି ।

ସବୁଠୁ ବଡ କଥା ହେଉଛି, ମଙ୍ଗଳବାର ସନ୍ଧ୍ୟାରେ ୪୦ ମିନିଟ୍ ଭିତରେ ଦୁଇ ସାଇକୋ କିଲର୍ ଭିନ୍ନ ଭିନ୍ନ ସ୍ଥାନରେ ଏହି ଗୁଳିବର୍ଷା କରିଛନ୍ତି । କିନ୍ତୁ ପୋଲିସ୍ ଟିମ୍ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିନାହିଁ । କୁହାଯାଉଛି ଯେ, ଦୁଇ ଅପରାଧୀ ଚାରୋଟି ଥାନା ଅଞ୍ଚଳରେ ଦୀର୍ଘ ୪୦ ମିନିଟ୍‌ରୁ ଅଧିକ ସମୟ ଧରି ଗୁଳିମାଡ କରିଥିଲେ । ଏହାପରେ ସେମାନେ ପାଟନା ଅଭିମୁଖେ ଚାଲିଯାଇଥିଲେ । ପ୍ରାପ୍ତ ସୂଚନା ମୁତାବକ, ଦୁଇ ବନ୍ଧୁକଧାରୀ ପ୍ରଥମେ ବଚୱାରା ଥାନା ଅନ୍ତର୍ଗତ ଗୋଥନା ଅଞ୍ଚଳରେ ଗୁଳିମାଡ କରିଥିଲେ । ସେମାନେ ଗୋଟିଏ ବାଇକ୍ ଯୋଗେ ଏଠାକୁ ଆସିଥିଲେ ଏବଂ ରାସ୍ତାରେ ଯାତାୟତ ଲୋକଙ୍କୁ ଉପରେ ଅଚାନକ ଗୁଳି ବର୍ଷଣ କରିଥିଲେ । ଏଠାରେ ତିନି ଜଣଙ୍କ ଦେହରେ ଗୁଳି ବାଜିଥିଲା ।

ଏହାପରେ ଦୁଇ କିଲର୍ ତେଗ୍ରା ଥାନା(Tegra police station) ଅଞ୍ଚଳ ଆଡକୁ ଚାଲି ଯାଇ ଜାତୀୟ ରାଜପଥ ଉପରେ ପୁଣି ଗୁଳି ଚାଳନା କରିଥିଲେ । ଏଥିରେ ଦୀପକ କୁମାର ଏବଂ ବିକାଶ କୁମାର ନାମକ ଦୁଇ ବ୍ୟକ୍ତିଙ୍କ ଦେହରେ ଗୁଳି ବାଜିଥିଲା । ଏହିପରି ଭାବେ ସେମାନେ ଚାରିଆଡେ ବୁଲି ବୁଲି ଲୋକଙ୍କୁ ଗୁଳି କରିଥିଲେ । ଯେଉଁଥିରେ ୧୧ ଜଣଙ୍କ ଦେହରେ ଗୁଳି ବାଜିଥିଲା ଏବଂ ଜଣଙ୍କ ମୃତ୍ୟୁ ଘଟିଛି । ସମସ୍ତ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏହି ଘଟଣା ସମ୍ପର୍କରେ ବେଗୁସରାଇ ଏସପିଙ୍କ କହିଛନ୍ତି, ''ଦୁଇ ଜଣ ଏକ ବାଇକରେ ଆସି ଲୋକଙ୍କୁ ଉପରେ ଗୁଳି ଚାଳନା କରିଥିଲେ । ଦୁହେଁ ସାଇକୋ କିଲର୍ ପରି ଜଣାପଡୁଥିଲେ । ଏନେଇ ପୋଲିସ ମୁଖ୍ୟାଳୟ ସମେତ ସମସ୍ତ ଥାନାଗୁଡିକ ଆଲର୍ଟ ରହିଛନ୍ତି । ସେମାନଙ୍କୁ ଚାରିଆଡେ ଖୋଜାଖୋଜି କରାଯାଉଛି ।'' ଦୁଇ କିଲର୍‌ଙ୍କୁ ଧରିବାକୁ ପୋଲିସ ଆଖପାଖ ଅଞ୍ଚଳର CCTV ଫୁଟେଜ ମଧ୍ୟ ଯାଞ୍ଚ କରୁଛି । ତେବେ ଏହି ଅପରାଧୀମାନେ ସମସ୍ତିପୁରର ବେଗୁସରାଇ ଆସିଥିବା ଏବଂ ଗୁଳିମାଡ କରି ପାଟନା ପଳାୟନ କରିଥିବା ସନ୍ଦେହ କରାଯାଉଛି ।

ଏହାମଧ୍ୟ ପଢନ୍ତୁ:ଭିନ୍ନକ୍ଷମ ଛାତ୍ରୀଙ୍କ ଉପରେ ଗରମ ଡାଲିଦେଲେ ପ୍ରଧାନ ଶିକ୍ଷକ, ଥାନାରେ ମାମଲା

ଅନ୍ୟପଟେ ରାସ୍ତା ଉପରେ ଲୋକଙ୍କୁ ଏପରି ଗୁଳିମାଡ ନେଇ ସରକାରଙ୍କୁ ଘେରିଛି ବିଜେପି । ବେଗୁସରାଇ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ(Union Minister Giriraj Singh) କହିଛନ୍ତି ଯେ, ''ମହାଗଠବନ୍ଧନ ସରକାର ଗଠନ ପରେ ରାଜ୍ୟରେ ଜନତା ରାଜ ଏବେ ଜଙ୍ଗଲ ରାଜରେ ପରିବର୍ତ୍ତିତ ହୋଇଛି । ବେଗୁସରାଇ ଗୁଳିକାଣ୍ଡରେ ମୋଟ ୧୨ ଜଣ ଶିକାର ହୋଇଛନ୍ତି । କିନ୍ତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଠିକ୍ ସଂଖ୍ୟା ସ୍ପଷ୍ଟ କରାଯାଉ ନାହିଁ ।''

Last Updated : Sep 14, 2022, 9:58 AM IST

ABOUT THE AUTHOR

...view details