ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ପିଡିପି(ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି) ନେତା ପରଭେଜ ଅହମ୍ମଦଙ୍କ ଉପରକୁ ମରଣାନ୍ତକ ଆକ୍ରମଣ । କେହି ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ଚଳାଇଥିବା ସୂଚନା । ତେବେ ଗୁଳି ତାଙ୍କ ଦେହରେ ନବାଜି ପିଏସଓ କନେଷ୍ଟବଲ ମଜନୁର ଅହମ୍ମଦଙ୍କ ଦେହରେ ବାଜିଥିବାବେଳେ ସେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ଏହି ଆକ୍ରମଣରେ କନେଷ୍ଟବଳ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବାର ଜଣେ ସିନିୟର ପୋଲିସ ଅଧିକାରୀ ଇଟିଭି ଭାରତକୁ ଜଣାଇଛନ୍ତି । ସେହିପରି ତାଙ୍କ ଉପରେ ଆକ୍ରମଣ ହୋଇଥିବାର ନିଜେ ପିଡିପି ନେତା ପରଭେଜ୍ ଅହମ୍ମଦ ସୂଚନା ଦେଇଛନ୍ତି । ଏହାସହ ସେ ପୂର୍ବରୁ 3 ଥର ଏପରି ଆକ୍ରମଣର ଶିକାର ହୋଇଛନ୍ତି । ହେଲେ ଆଜି ପିଏସଓ ପାଇଁ ସେ ବଞ୍ଚିଯାଇଥିବା କହିଛନ୍ତି ।