ନୂଆଦିଲ୍ଲୀ:ଆସନ୍ତା ୧୪ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) PSLV-C52କୁ ଲଞ୍ଚ କରିବାକୁ ଯାଉଛି । ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ଵନ ମହାକାଶ କେନ୍ଦ୍ରର ପ୍ରଥମ ଲଞ୍ଚ ପ୍ୟାଡରୁ ଉତକ୍ଷେପଣ କରାଯିବ । ଏନେଇ ଗତକାଲି (ମଙ୍ଗଳବାର) ISRO ପକ୍ଷରୁ ସୂଚନା ଦିଆଯାଇଛି । ଏହା ୨୦୨୨ରେ ISROର ପ୍ରଥମ ଉତକ୍ଷେପଣ ଅଟେ । ଏହି ଅଭିଯାନରେ ୧୭୧୦ କିଲୋଗ୍ରାମର ଉପଗ୍ରହକୁ ପୃଥିବୀ ପୃଷ୍ଠରୁ ୫୨୯ କିଲୋମିଟର ଉଚ୍ଚତାରେ ସୂର୍ଯ୍ୟର ଧ୍ରୁବ କକ୍ଷରେ ଅବସ୍ଥାପିତ କରାଯିବ ।
ଇସ୍ରୋର ସୂଚନାଅନୁସାରେ, EOS-04 ଏକ ରାଡାର ଉନ୍ନତ ସାଟେଲାଇଟ ଅଟେ। ସବୁ ପାଣିପାଗରେ ଏହି ସାଟେଲାଇଟ କୃଷି, ଜଙ୍ଗଲ ଏବଂ ବୃକ୍ଷରୋପଣ, ମୃତ୍ତିକା ଏବଂ ଜଳବିଜ୍ଞାନ ଏବଂ ବନ୍ୟାର ଉଚ୍ଚ ଗୁଣବତ୍ତାର ଫଟୋ ଉତ୍ତୋଳନ କରି ପାରିବ । ପିଏସଏଲଭି ରକେଟ୍ ଜରିଆରେ ମହାକାଶକୁ ଦୁଇଟି ଛୋଟ ସାଟେଲାଇଟ୍ ପଠାଯିବ । ଏଥିରୁ ଗୋଟିଏ ଉପଗ୍ରହ INSPIREsat-1କୋଲରାଡୋ ବିଶ୍ଵ ବିଦ୍ୟାଳୟରେ ବାୟୁମଣ୍ଡଳୀୟ ଏବଂ ଅନ୍ତରୀକ୍ଷ ପ୍ରୟୋଗଶାଳାର ସହଯୋଗରେ ବିକଶିତ କରାଯାଇଛି ।