ଓଡିଶା

odisha

By

Published : Jun 6, 2022, 3:21 PM IST

ETV Bharat / bharat

ଡୋଡାରେ କୈଳାସକୁଣ୍ତ ମନ୍ଦିରକୁ ଭଙ୍ଗାରୁଜା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ପ୍ରତିବାଦ

ହିନ୍ଦୁତ୍ବ ଭାବନାକୁ କୁଠାରଘାତ । ଜମ୍ମୁ କାଶ୍ମୀର ଡୋଡା ଜିଲ୍ଲାରେ ଥିବା କୈଳାସକୁଣ୍ତ ମନ୍ଦିରକୁ ଭଙ୍ଗାରୁଜା କରିଛନ୍ତି ଦୁବୃର୍ତ୍ତ । ଅଧିକ ପଢନ୍ତୁ

ଡୋଡାରେ କୈଳାସକୁଣ୍ତ ମନ୍ଦିରକୁ ଭଙ୍ଗାରୁଜା:ଅଭିଯୁକ୍ତଙ୍କୁ ଗିରଫ ଦାବିରେ ପ୍ରତିବାଦ
ଡୋଡାରେ କୈଳାସକୁଣ୍ତ ମନ୍ଦିରକୁ ଭଙ୍ଗାରୁଜା:ଅଭିଯୁକ୍ତଙ୍କୁ ଗିରଫ ଦାବିରେ ପ୍ରତିବାଦ

ଶ୍ରୀନଗର:ଜମ୍ମୁ କାଶ୍ମୀର ପଣ୍ତିତଙ୍କ ଉପରେ ଆକ୍ରମଣ ଘଟଣା ନ ଥମୁଣୁ ଏବେ ମୁଣ୍ତ ଟେକିଛି ନୂଆ ବିବାଦ । ଜମ୍ମୁ କାଶ୍ମୀର ଡୋଡା ଜିଲ୍ଲାରେ( Doda)ର ଭାଦେରଓ୍ବାରେ (Bhaderwah) ଥିବା କୈଳାସକୁଣ୍ତ ମନ୍ଦିରକୁ ଭଙ୍ଗାରୁଜା କରିଛନ୍ତି ଦୁବୃର୍ତ୍ତ । କେବଳ ମନ୍ଦିରକୁ ନୁହେଁ ମନ୍ଦିର ମଧ୍ୟରେ ଥିବା ମୂର୍ତ୍ତୀ ଗୁଡିକୁ ମଧ୍ୟ ନଷ୍ଟ କରି ଦିଆଯାଇଥିବା ଅଭିଯୋଗ ହୋଇଛି ।

ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜଳୁଛି ଭାଦେରଓ୍ବା । ଏନେଇ ସ୍ଥାନୀୟ ହିନ୍ଦୁ ବିରୋଧ ପ୍ରର୍ଦଶନ କରିଛନ୍ତି। ରାସ୍ତାରେ ଟାୟାର ଜାଳି, ଯାନବାହନ ଗୁଡିକୁ ରାଜରାସ୍ତାରେ ଅଟକାଇଛନ୍ତି ସ୍ଥାନୀୟ ଲୋକେ । ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି।

ABOUT THE AUTHOR

...view details