ଓଡିଶା

odisha

ଝାଡ଼ଖଣ୍ଡର ଦ୍ବିତୀୟ ରାଜ୍ୟଭାଷା 'ଓଡ଼ିଆ'କୁ ଉପେକ୍ଷା, ଧାରଣା ଦେଲେ ଓଡ଼ିଆ ସମ୍ପ୍ରଦାୟ

By

Published : Sep 28, 2021, 4:12 PM IST

ଝାଡ଼ଖଣ୍ଡର ଓଡ଼ିଆ ଭାଷାକୁ ମିଳିଥିଲା ଦ୍ବିତୀୟ ରାଜ୍ୟଭାଷାର ମାନ୍ୟତା । କିନ୍ତୁ ଏଠାରେ ରହୁଥିବା ଓଡ଼ିଆ ଭାଷାଭାଷୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ପଢାଯାଉନାହିଁ ଓଡ଼ିଆ । ଅଧିକ ପଢନ୍ତୁ...

ଝାଡ଼ଖଣ୍ଡର ଦ୍ବିତୀୟ ରାଜ୍ୟଭାଷା 'ଓଡ଼ିଆ'କୁ ଉପେକ୍ଷା, ଧାରଣା ଦେଲେ ଓଡ଼ିଆ ସମ୍ପ୍ରଦାୟ
ଝାଡ଼ଖଣ୍ଡର ଦ୍ବିତୀୟ ରାଜ୍ୟଭାଷା 'ଓଡ଼ିଆ'କୁ ଉପେକ୍ଷା, ଧାରଣା ଦେଲେ ଓଡ଼ିଆ ସମ୍ପ୍ରଦାୟ

ରାଞ୍ଚି:ଝାଡ଼ଖଣ୍ଡରେ ଓଡ଼ିଆ, ବଙ୍ଗଳା ସମେତ ୯ଟି ଜନଜାତି ଭାଷାକୁ ମିଳିଥିଲା ରାଜ୍ୟଭାଷା ମାନ୍ୟତା । କିନ୍ତୁ ରାଜ୍ୟରେ ରହୁଥିବା ଓଡ଼ିଆ ଭାଷାଭାଷୀଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ କରାଯାଉଛି । ବିଦ୍ୟାଳୟରେ ଓଡ଼ିଆ ଛାତ୍ରଛାତ୍ରୀ ଓଡ଼ିଆ ଭାଷାର ଶିକ୍ଷା ଗ୍ରହଣ କରିପାରୁନାହାନ୍ତି । ତେବେ ଏହା ବିରୋଧରେ ରାଜ୍ୟର ସରାଇକେଲାର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଓଡ଼ିଆ ସମ୍ପ୍ରଦାୟର ଲୋକମାନେ ଧାରଣା ଦେଇଛନ୍ତି ।

ଏହି ଧାରଣାରେ ସିଂହଭୂମର ବିଭିନ୍ନ ଅଞ୍ଚଳର ଓଡିଆ ଅଧିବାସୀମାନେ ସାମିଲ ହୋଇଥିଲେ । ଗତ 2009 ମସିହାରେ ଓଡି଼ଆ, ବଙ୍ଗଳା ସମେତ ୯ଟି ଭାଷାକୁ ରାଜ୍ୟର ଦ୍ବିତୀୟ ସରକାରୀ ଭାଷା ମାନ୍ୟତା ଦିଆଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ଓଡିଆ ଭାଷାଭାଷୀ ଲୋକମାନେ ସେମାନଙ୍କର ଉଚିତ ଅଧିକାର ପାଇପାରିନାହାନ୍ତି । ଏପରିକି ଓଡିଆ ଭାଷାଭାଷୀ ପିଲାମାନେ ସେମାନଙ୍କର ମାତୃଭାଷାରେ ଅଧ୍ୟୟନ କରିବାର ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି । ସରକାରୀ ସ୍ତରରେ ଓଡିଆ ଭାଷାକୁ ଅବହେଳା କରାଯାଉଛି ବୋଲି ରାଜ୍ୟ ସଂଖ୍ୟାଲଘୁ ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅଶୋକ ଷଡ଼ଙ୍ଗୀ କହିଛନ୍ତି ।

ଏହି ଧାରଣାରେ ପୂର୍ବତନ ବିଧାୟକ ଗୁରୁଚରଣ ନାୟକ, ରାଜ୍ୟ ସଂଖ୍ୟାଲଘୁ ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅଶୋକ ଷଡଙ୍ଗୀ, ସରାଇକେଲା ନଗର ପଞ୍ଚାୟତ ସଭାପତି ମୀନାକ୍ଷୀ ପଟ୍ଟନାୟକ, ଉପାଧ୍ୟକ୍ଷ ମନୋଜ ଚୌଧୁରୀ, ଉଦୟ ସିଂଦେବ, ଗଣେଶ ମହଲି, ସୁଶୀଲ ଷଡ଼ଙ୍ଗୀ, ସରାୟକେଲା-ଖାରସୱାନର ଓଡିଆ ସମ୍ପ୍ରଦାୟ ଉପସ୍ଥିତ ଥିଲେ। ଏହି ବିକ୍ଷୋଭରେ ଉତ୍କଳ ସମ୍ମିଳନୀ ଓଡି଼ଆ ଶିକ୍ଷକ ସଂଘର ସଦସ୍ୟମାନେ ମଧ୍ୟ ସାମିଲ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details