ଓଡିଶା

odisha

ETV Bharat / bharat

Prophet Remarks Row: NSA ଡୋଭାଲଙ୍କ ସହ ଆଲୋଚନାକୁ ଖଣ୍ଡନ କଲା ଇରାନ - ମହାପୁରୁଷ ମହମ୍ମଦ ବିବାଦୀୟ ଟିପ୍ପଣୀ ବିବାଦ

ଇସଲାମୀୟ ମହାପୁରଷ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ବୟାନ ପ୍ରସଙ୍ଗ । NSA ଡୋଭାଲଙ୍କ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ବିବୃତ୍ତିକୁ ହଟାଇଲା ଇରାନ । ଅଧିକ ପଢନ୍ତୁ

Prophet remarks row: ଦିଲ୍ଲୀରେ NSA ଡୋଭାଲଙ୍କ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ବିବୃତ୍ତିକୁ ହଟାଇଲା ଇରାନ
Prophet remarks row: ଦିଲ୍ଲୀରେ NSA ଡୋଭାଲଙ୍କ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ବିବୃତ୍ତିକୁ ହଟାଇଲା ଇରାନ

By

Published : Jun 9, 2022, 9:53 PM IST

ନୂଆଦିଲ୍ଲୀ:ବିଜେପି ପ୍ରବକ୍ତଙ୍କ ଦ୍ବାରା ଇସଲାମୀୟ ମହାପୁରଷ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ବୟାନ ନେଇ ଜାରି ରହିିଥିବା ବିବାଦ ମଧ୍ୟରେ ଇରାନ ବୈଦେଶିକ ମନ୍ତ୍ରୀ ଭାରତ ଗସ୍ତ କରିଛନ୍ତି । ତେବେ ଦିଲ୍ଲୀରେ ଏହି ପ୍ରସଙ୍ଗରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ହୋଇଥିବା ବୈଠକରେ ଏ ସମ୍ପର୍କିତ ଆଲୋଚନାକୁ ଖଣ୍ଡନ କରିଛି ଇରାନ ।

ପୂର୍ବରୁ ଇରାନ କହିଥିଲା, ଭାରତୀୟ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା ହୋଇଛି । ଏପରି ବିବାଦୀୟ ବୟାନ ଦେଇଥିବା ରାଜନୈତିକ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବା ନେଇ ଏନଏସଏ ଡୋଭାଲ କଡା ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଏସମ୍ପର୍କିତ ତଥ୍ୟକୁ ଇରାନ ନିଜ ବୈଦେଶିକ ମନ୍ତ୍ରଣାଳୟ ଅଫିସିଆଲ ଓ୍ବେବସାଇଟରୁ ହଟାଇ ନେଇଥିବା ଦେଖିବାକୁ ମିଳିଛି ।

ଗଲ୍ଫ ଦେଶ ସମୂହ ବାରମ୍ବାର ଏହି ପ୍ରସଙ୍ଗ ନେଇ ଭାରତ ଉପରେ ଚାପ ପକାଇବାରେ ଲାଗିଥିବା ବେଳେ ଭାରତ କିନ୍ତୁ ବିବାଦର ପ୍ରଥମ ଦିନରୁ ସ୍ପଷ୍ଟୀକରଣ ରଖିସାରିଛି । ଏହା କୌଣସି ସରକାରୀ ବିବୃତ୍ତି ନୁହେଁ । ସମ୍ପୃକ୍ତ ରାଜନୈତିକ ଦଳ ମଧ୍ୟ ସମ୍ପୃକ୍ତ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଛି ବୋଲି ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିସାରିଛି । ଏହାରି ମଧ୍ୟରେ ଏହାକୁ ବିରୋଧ କରି ଆସୁଥିବା ଇରାନ ମଧ୍ୟ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details