ଓଡିଶା

odisha

By

Published : Sep 5, 2022, 6:26 PM IST

ETV Bharat / bharat

ଗଣେଶ ଭସାଣୀବେଳେ କବରସ୍ଥାନ ଯାଉଥିବା ମୃତଦେହକୁ ହିନ୍ଦୁ ଭକ୍ତଙ୍କ ଶ୍ରଦ୍ଧାଞ୍ଜଳୀ

କର୍ଣ୍ଣାଟକର ହାବେରୀ ଜିଲ୍ଲା (Haveri district) ରାନେଭେନୁରେ ଦେଖିବାକୁ ମିଳିଛି ହିନ୍ଦୁ ମୁସଲମାନ ଭାଇଚାରର ନିଦର୍ଶନ । ଯାହା ଅନ୍ୟମାନଙ୍କ ପାଇଁ ଉଦାହଣ ସୃଷ୍ଟି କରିଛି । ଅଧିକ ପଢନ୍ତୁ

ଗଣେଶ ପୂଜା ଭସାଣୀ ବେଳ କବରସ୍ତାନ ଯାଉଥିବା ମୃତଦେହକୁ ଶ୍ରଦ୍ଧାଞ୍ଜଳୀ ଦେଲେ ହିନ୍ଦୁ ଭକ୍ତ
ଗଣେଶ ପୂଜା ଭସାଣୀ ବେଳ କବରସ୍ତାନ ଯାଉଥିବା ମୃତଦେହକୁ ଶ୍ରଦ୍ଧାଞ୍ଜଳୀ ଦେଲେ ହିନ୍ଦୁ ଭକ୍ତ

ବେଙ୍ଗାଲୁରୁ:କର୍ଣ୍ଣାଟକର ହାବେରୀ ଜିଲ୍ଲା (Haveri district) ରାନେଭେନୁରେ ଦେଖିବାକୁ ମିଳିଛି ହିନ୍ଦୁ ମୁସଲମାନ ଭାଇଚାରର ନିଦର୍ଶନ। ଯାହା ଅନ୍ୟମାନଙ୍କ ପାଇଁ ଉଦାହଣ ସୃଷ୍ଟି କରିଛି । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଗଣେଶ ପୂଜା ଭସାଣୀ ବେଳେ କବରସ୍ଥାନ ଯାଉଥିବା ମୃତଦେହକୁ ସମ୍ମାନ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ଗଞ୍ଚ ୟୁଥ କାଉନସିଲର ସଦସ୍ୟ ।

କ’ଣ ଥିଲା ପୁରା ଘଟଣା ...

କର୍ଣ୍ଣାଟକର ହାବେରୀ ଜିଲ୍ଲା (Haveri district)ର ଉମାଶଙ୍କର ନଗରରେ ଗଞ୍ଚ ୟୁଥ କାଉନସିଲ ଦ୍ବାରା ଗଣେଶ ପୂଜା ଆୟୋଜିତ ହୋଇଥିଲା । ହେଲେ ରବିବାର ଦିନ ଗଣେଶ ଭଷାଣୀ ଥିବାରୁ ଗଣେଶ ମୂର୍ତ୍ତୀକୁ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ଯୋଗେଁ ଏମଜି ରୋଡ୍‌ ଅଭିମୁଖେ ନେଉଥିଲେ । ଏହି ସମୟରେ ସେହିବାଟ ଦେଇ ଜଣେ ମୁସଲମାନ ବ୍ୟକ୍ତିଙ୍କ ମୃତଦେହ ଅନ୍ତିମ ସଂସ୍କାର ନିମନ୍ତେ କବରସ୍ଥାନ ଅଭିମୁଖେ ଯାଉଥିଲା ।

ହେଲେ ସମ୍ମାନ ପୂର୍ବକ ଗଣେଶ ଶୋଭାଯାତ୍ରାରେ ବାଜୁ ଥିବା ଡିଜେକୁ ବନ୍ଦ କରି ମୃତ ମୁସଲମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ ଗଞ୍ଚ ୟୁଥ କାଉନସିଲର ସଦସ୍ୟ । ତେବେ ୟୁଥ କାଉନସିଲ ସଦସ୍ୟଙ୍କ ଏଭଳି ମହତ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ABOUT THE AUTHOR

...view details