ଶ୍ରୀନଗର:"ମୋ ବିରୋଧରେ ଗୋଟିଏ ବି ମାମଲା ପ୍ରମାଣ କରି ଦେଖାଉ ଏନଆଇଏ। ଯେକୌଣସି ପରିଣାମର ସାମ୍ନା କରିବାକୁ ମୁଁ ପ୍ରସ୍ତୁତ ରହିଛି। ବେଆଇନ ଭାବରେ ମୋ ଦଳର ନେତାମାନଙ୍କୁ ଫସାଯାଉଛି। ମୋ ବାପାଙ୍କ ସମାଧିସ୍ଥଳକୁ ମଧ୍ୟ ଛାଡ଼ିଲାନି ଏନଆଇଏ।" ଏକ ସାକ୍ଷାତକାରରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଏହା କହିଛନ୍ତି ଜମ୍ମୁ ଓ କାଶ୍ମୀର ଆଞ୍ଚଳିକ ଦଳ ପିଡିପି ସଭାପତି ମେହବୁବା ମୁଫତି।
ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପାଣ୍ଠି ଯୋଗାଇ ଦେଉଥିବା ଅଭିଯୋଗରେ ଜଣେ ପିଡିପି ବରିଷ୍ଠ ନେତାଙ୍କୁ ଗିରଫ କରାଯାଇଛି। ଏନେଇ ବିଭିନ୍ନ ଅନୁସନ୍ଧାନକାରୀ ସଂସ୍ଥା ସହ ଏନଆଇଏ(NIA) ଯାଞ୍ଚ ଜାରି ରଖିଛି। ପିଡିପି ଦଳର ମଧ୍ୟ ଏହି ମାମଲାରେ ସଂପୃକ୍ତି ରହିଥିବା ନେଇ ସନ୍ଦେହ କରାଯାଉଛି। ଏହାକୁ ନେଇ ମେହବୁବା ମୁଫତିଙ୍କ ବାପା ମୁଫତି ମହମ୍ମଦ ସୟଦଙ୍କ ସମାଧିସ୍ଥଳରେ ଅନୁସନ୍ଧାନକାରୀ ଦଳ ଅଡିଟ ଜାରି ରଖିଥିବା ଅଭିଯୋଗ ହୋଇଛି। ଏହି ଅଡିଟକୁ ନେଇ ଅନୁସନ୍ଧାନକାରୀ ଦଳକୁ ଭତ୍ସର୍ନା କରିଛନ୍ତି ମେହେବୁବା ମୁଫତି।