ବେଙ୍ଗାଲୁରୁ: ଏବେ କୌଣସି ନା କୌଣସି ବିବାଦ ପାଇଁ ଦେଶରେ କ୍ରମାଗତ ଚର୍ଚ୍ଚାରେ ରହିବାରେ ଲାଗିଛି କର୍ଣ୍ଣାଟକ । ଏବେ ଏକ ସୋସିଆଲ ମିଡିଆ ଗ୍ରୁପରେ ଲାଗିଛି ପାକିସ୍ତାନୀ ଜିନ୍ଦାବାଦ ଓ ହୁନ୍ଦୁସ୍ଥାନ ମୁର୍ଦ୍ଦାବାଦ ନାରା (Pro Pakistan slogan in karnataka)। କର୍ଣ୍ଣାଟକର ସାମ୍ପିଗେହାଲି ଜିଲ୍ଲାରେ ଏପରି ଘଟଣା ସାମ୍ନାକୁ ଆସିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ପୋଲିସ ମଧ୍ୟ ଆକ୍ସନ ମୋଡକୁ ଆସିଛି । ଏକ ମମଲା ପଞ୍ଜୀକୃତ କରି ତଦନ୍ତ ଆରମ୍ଭ କରିଛି ବେଙ୍ଗାଲୁରୁ ସିଟି ପୋଲିସ (Bengaluru police registered a case for Pro Pakistan slogan)।
ଘଟଣାଟି ସ୍ବାଧୀନତା ଦିବସର ପୂର୍ବ ଦିନ ତଥା 14 ତାରିଖର ବୋଲି ଜଣାପଡିଛି । ସୋସିଆଲ ମିଡିଆରେ ‘‘କ୍ଲବହାଉସ’’ ନାମରେ କ୍ରିଏଟ ହୋଇଥିବା ହ୍ବାଟ୍ସଆପ ଗ୍ରୁପରେ ଏପରି ପାକିସ୍ତାନୀ ନାରା ଲଗାଇଛନ୍ତି କିଛି ଦୁର୍ବୃତ୍ତ । ଏହି ଗ୍ରୁପରେ ସଦସ୍ୟ ଥିବା ବ୍ୟବହାରକାରୀମାନେ ମଧ୍ୟ ନିଜ ଡିପି ପରିବର୍ତ୍ତେ ପାକିସ୍ତାନୀ ପତାକା ରଖିଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି ଗ୍ରୁପର ଟ୍ୟାଗ ଲାଇନରେ ମଧ୍ୟ ‘ପାକିସ୍ତାନ ଜିନ୍ଦାବାଦ ଓ ହିନ୍ଦୁସ୍ଥାନ ମୁର୍ଦ୍ଦାବାଦ’ ବୋଲି ଲେଖାଯାଇଛି ।