ଓଡିଶା

odisha

ETV Bharat / bharat

BhabanipurByElection, ଆଜି ନାମାନଙ୍କ ପତ୍ର ଦାଖଲ କରିବେ ପ୍ରିୟଙ୍କା - ଭବାନୀପୁର ଉପନିର୍ବାଚନ

ଭବାନୀପୁର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି କସରତ । ଆଜି(ସୋମବାର) ଭାରତୀୟ ଜନତା ପାର୍ଟିର ପ୍ରିୟଙ୍କା ଟିବ୍ରେୱାଲ ନାମାଙ୍କନ ପତ୍ର ଦାଖଲ କରିବେ । ତୃଣମୂଳ ପ୍ରାର୍ଥୀ ମମତା ବାନାର୍ଜୀଙ୍କ ବିରୋଧରେ ଲଢୁଛନ୍ତି ବିଜେପିର ପ୍ରିୟଙ୍କା ଟିବ୍ରେୱାଲ । ଅଧିକ ପଢନ୍ତୁ...

BhabanipurByElection, ଆଜି ନାମାନଙ୍କ ପତ୍ର ଦାଖଲ କରିବେ ପ୍ରିୟଙ୍କା
BhabanipurByElection, ଆଜି ନାମାନଙ୍କ ପତ୍ର ଦାଖଲ କରିବେ ପ୍ରିୟଙ୍କା

By

Published : Sep 13, 2021, 8:19 AM IST

କୋଲକାତା: ରାଜ୍ୟରେ ୩ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ । ଭବାନୀପୁର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି କସରତ । ଆଜି(ସୋମବାର) ଭାରତୀୟ ଜନତା ପାର୍ଟିର ପ୍ରିୟଙ୍କା ଟିବ୍ରେୱାଲ ନାମାଙ୍କନ ପତ୍ର ଦାଖଲ କରିବେ । ତୃଣମୂଳ ପ୍ରାର୍ଥୀ ମମତା ବାନାର୍ଜୀଙ୍କ ବିରୋଧରେ ଲଢୁଛନ୍ତି ବିଜେପିର ପ୍ରିୟଙ୍କା ଟିବ୍ରେୱାଲ ।

ଜଣେ ବରିଷ୍ଠ ଆଇନଜୀବୀରୁ ରାଜନେତା ପାଲଟିଥିବା ପ୍ରିୟଙ୍କା ନିର୍ବାଚନ ଲଢିବାକୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ପ୍ରାର୍ଥୀ ହିସାବରେ ନାମ ଘୋଷଣା ହେବା ପରଠାରୁ ଏକପ୍ରକାର ପ୍ରଚାର ମଇଦାନକୁ ଓହ୍ଲାଇ ସାରିଛନ୍ତି ପ୍ରିୟଙ୍କା । ରବିବାର ପ୍ରିୟଙ୍କା ଭିକ୍ଟୋରିଆ ମେମୋରିଆଲ ସମ୍ମୁଖରେ ଲୋକଙ୍କ ସହିତ କଥା ହେଉଥିବା ଦେଖିବାକୁ ମିଳିଛି । ଲୋକଙ୍କ ଭଲମନ୍ଦ ପଚାରି ବୁଝିଥିଲେ । ଲୋକଙ୍କ ସମସ୍ୟା ଶୁଣିବା ସହିତ ଜିତିଲେ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସାଙ୍ଗରେ ବିଜେପି ରାଜ୍ୟ ସଭାପତି ଦିଲ୍ଲୀପ ଘୋଷ ଉପସ୍ଥିତ ଥିଲେ ।

ପଶ୍ଚିମବଙ୍ଗରେ ବିଜେପି ଯୁବ ୱିଙ୍ଗର ପ୍ରିୟଙ୍କା ବଙ୍ଗ ହିଂସା ଘଟଣାର ତଦନ୍ତ ପାଇଁ କୋର୍ଟ ଚାଲାଣ କରିବା ପରେ ପ୍ରତିଷ୍ଠିତ ହୋଇଥିଲେ । ପଶ୍ଚିମବଙ୍ଗ ଲୋକଙ୍କ ବଞ୍ଚିବାର ଅଧିକାର ଅଛି । ମମତା ବାନାର୍ଜୀଙ୍କ ନେତୃତ୍ବରେ ସେମାନଙ୍କ ଠାରୁ ଏହି ଅଧିକାର ଛଡାଇ ନିଆଯାଉଛି । ମୁଁ ବଙ୍ଗ ଲୋକମାନଙ୍କ ପାଇଁ ଲଢିବି ବୋଲି ଗଣମାଧ୍ୟମକୁ କହିଛନ୍ତି ପ୍ରିୟଙ୍କା । ବିଜେପି ଯୁବମୋର୍ଚ୍ଚାର ଉପାଧ୍ୟକ୍ଷ ମଧ୍ୟ ଅଛନ୍ତି । ବର୍ଷ ୨୦୧୪ ରେ ପ୍ରିୟଙ୍କା ବିଜେପିରେ ଯୋଗ ଦେଇଥିଲେ । ଏହାପୂର୍ବରୁ ସେ ସାଂସଦ ବାବୁଲ ସୁପ୍ରିୟୋଙ୍କ ଆଇନ ପରାମର୍ଶଦାତା ଭାବେ ମଧ୍ୟ କାମ କରିଛନ୍ତି ।

ଭବାନୀପୁର ପାଇଁ ଆସନ୍ତା ୩୦ ତାରିଖରେ ମତଦାନ ହେବାକୁ ଥିବାବେଳେ ରାଜ୍ୟର ଅନ୍ୟ ୨ ଟି ଆସନ ସମସେରଗଞ୍ଜ ଓ ଜଙ୍ଗିପୁର ଆସନ ପାଇଁ ମଧ୍ୟ ଦଳ ପ୍ରାର୍ଥୀ ଘୋଷଣା କରିଛି । ସମସ୍ତ ଆସନରେ ୩୦ ରେ ମତଦାନ ହେବାକୁ ଥିବାବେଳେ ଅକ୍ଟୋବର ୩ ରେ ଭୋଟ ଗଣତି ହେବ । ତେବେ ଭବାନୀପୁରରେ ବିଜେପି କାହାକୁ ପ୍ରାର୍ଥୀ କରିବ ତାହା ଉପରେ ସମସ୍ତଙ୍କ ନଜର ଥିଲା । ଶେଷରେ ବହୁ ବିଚାର ବିମର୍ଶ କରି ଶୁକ୍ରବାର ପ୍ରିୟଙ୍କାଙ୍କୁ ପ୍ରାର୍ଥୀ ଭାବରେ ଘୋଷଣା କରିଥିଲା ଦଳ । ଭବାନୀପୁର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଦେବ ନାହିଁ ବୋଲି ଘୋଷଣା କରିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details