ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଖେରୀ ହିଂସା ଘଟଣା । ଦୁର୍ଘଟଣାରେ ୮ଜଣ ଚାଷୀଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ପରିବାରକୁ ଭେଟିବାକୁ ଗତକାଲି ଲଖୀମପୁର ଅଭିମୁଖେ ବାହାରିଥିଲେ ପ୍ରିୟଙ୍କା । ହେଲେ ସେଠାରେ ପହଞ୍ଚିବା ପୂର୍ବରୁ ପ୍ରିୟଙ୍କା ଗାନ୍ଧୀଙ୍କୁ ହରଗାଁଓ ପୋଲିସ ଗୃହବନ୍ଦୀ କରିଥିଲା । ତେବେ ଏହି ଘଟଣାକୁ ୨୮ ଘଣ୍ଟା ବିତିଥିବା ବେଳେ ଏବେ ମଧ୍ୟ ଗୃହବନ୍ଦୀ ହୋଇ ଅଛନ୍ତି ପ୍ରିୟଙ୍କା । ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଟ୍ବିଟ କରି ଜଣାଇଛନ୍ତି ପ୍ରିୟଙ୍କା ଗାନ୍ଧୀ ।
ବିନା FIRରେ ୨୮ ଘଣ୍ଟା ହେବ ପ୍ରିୟଙ୍କାଙ୍କୁ ଗୃହବନ୍ଦୀ, ମୋଦିଙ୍କୁ କଲେ ଟ୍ବିଟ୍ - ପ୍ରିୟଙ୍କା ଗାନ୍ଧୀ
ଟ୍ବିଟ କରି ମୋଦିଙ୍କୁ ପ୍ରିୟଙ୍କାଙ୍କ ପ୍ରଶ୍ନ । ବିନା FIR ରେ ୨୮ ଘଣ୍ଟା ହେବ ମୁଁ ଗୃହବନ୍ଦୀ, ହେଲେ ଏପର୍ଯ୍ୟନ୍ତ ଚାଷୀ ହତ୍ୟାକାରୀଙ୍କୁ କାହିଁକି ଗିରଫ କରାଯାଇ ନାହିଁ । ଅଧିକ ପଢନ୍ତୁ...
ସେ ଟ୍ବିଟ କରି ଲେଖିଛନ୍ତି ଯେ, ବିନା FIRରେ ଆପଣଙ୍କ ସରକାର ମୋତେ ୨୮ ଘଣ୍ଟା ହେବ ଗୃହବନ୍ଦୀ କରି ରଖିଛନ୍ତି । କିନ୍ତୁ ଯେଉଁ ମାନେ ଚାଷୀଙ୍କ ହତ୍ୟାକାରୀ ତାଙ୍କୁ କାହିଁକି ଗିରଫ କରାଯାଇ ନାହିଁ । ତେବେ ଦୁର୍ଘଟଣା ସମୟର ଏକ ଭିଡିଓ ମଧ୍ୟ ଟ୍ବିଟରରେ ସେୟାର କରିଛନ୍ତି ପ୍ରିୟଙ୍କା । ଯେଉଁଥିରେ କି ଚାଷୀ ମାନେ ଆନ୍ଦୋଳନ କରୁଥିବା ସମୟରେ କିଭଳି ଚାଷୀଙ୍କୁ ହତ୍ୟା କରାଯାଇଥିଲା ତାହା ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, ଉତ୍ତରପ୍ରଦେଶ ଲଖୀମପୁର ଖେରୀରେ ଚାଷୀଙ୍କ ପ୍ରଦର୍ଶନ ଚାଲିଥିଲା । ଏହି ସମୟରେ ଚାଷୀଙ୍କ ଉପରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ କାର ଚଢାଇ ଦେଇଥିବା ଅଭିଯୋଗ ହେବାପରେ ଏ ଘଟଣା ଏବେ ଉଗ୍ର ରୂପ ନେଇଥିଲା । ହିଂସାରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛି ପୋଲିସ ।