ଓଡିଶା

odisha

ETV Bharat / bharat

୨୦୨୨ ବିଧାନସଭା ନିର୍ବାଚନ: ୟୁପିରେ ଦଳୀୟ କର୍ମୀଙ୍କୁ ମନ୍ତ୍ର ଦେଲେ ପ୍ରିୟଙ୍କା - ୟୁପିରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କଲେ ପ୍ରିୟଙ୍କା

ଉତ୍ତରପ୍ରଦେଶରେ ଆଗକୁ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବା ସହ ଆଗାମୀ ମତଦାନ ପାଇଁ ପ୍ରସ୍ତୁତ ହେବାକୁ ମନ୍ତ୍ର ଦେଇଛନ୍ତି । ଅଧିକ ପଢନ୍ତୁ...

୨୦୨୨ ବିଧାନସଭା ନିର୍ବାଚନ: ୟୁପିରେ  ଦଳୀୟ କର୍ମୀଙ୍କୁ ସମ୍ବୋଧନ କଲେ ପ୍ରିୟଙ୍କା
୨୦୨୨ ବିଧାନସଭା ନିର୍ବାଚନ: ୟୁପିରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କଲେ ପ୍ରିୟଙ୍କା

By

Published : Aug 29, 2021, 2:19 PM IST

ଲକ୍ଷ୍ନୌ: ଆଗକୁ ଆସୁଛି ବିଧାନସଭା ନିର୍ବାଚନ । ୭ଟି ରାଜ୍ୟରେ ଦଳ ଦଳ ମଧ୍ୟରେ ହେବ ଜୋରଦାର ଟକ୍କର । ଏନେଇ ଦଳ ଗୁଡିକ ଏବେ ଠାରୁ ଆରମ୍ଭ କଲେଣି କସରତ । ରୋଡ ମ୍ୟାପ ପାଇଁ ଚାଲିଛି ଘନଘନ ବୈଠକ । ତେବେ ଉତ୍ତରପ୍ରଦେଶରେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏହା ପୂର୍ବରୁ ଅଲ ଇଣ୍ଡିଆ କଂଗ୍ରେସ କମିଟିର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ଆଗାମୀ ମତଦାନ ପାଇଁ ପ୍ରସ୍ତୁତ ହେବାକୁ ମନ୍ତ୍ର ଦେଇଛନ୍ତି ।

ସମ୍ବୋଧନ ସମୟରେ ରାଜ୍ୟରେ ଏବେ ଛୋଟ ଛୋଟ ଦଳ ଗୁଡିକ ସହ କଂଗ୍ରେସ ମେଣ୍ଟ କରିବାକୁ ପ୍ରସ୍ତୁତ ଥିବା ଉତ୍ତରପ୍ରଦେଶର କଂଗ୍ରେସ ଟ୍ରେନିଂ କ୍ୟାମ୍ପେନରେ ଏନେଇ ସୂଚନା ଦେଇଛନ୍ତି । ଏହି ସମୟରେ ରାଜ୍ୟରେ କଂଗ୍ରେସର ଇତିହାସକୁ ମଧ୍ୟ ମନେ ପକାଇଥିଲେ ପ୍ରିୟଙ୍କା । ସେ କହିଛନ୍ତି ଯେ ୧୯୮୯ ମସିହାରୁ ଅର୍ଥାତ ୩୨ ବର୍ଷ ଧରି ରାଜ୍ୟରେ କ୍ଷମତାରେ ରହିଥିଲା କଂଗ୍ରେସ । ୨୦୧୭ରେ ଆମେ ଏକାକୀ ନିର୍ବାଚନ ଲଢିବାକୁ ନିଷ୍ପତି ନେଇଥିଲୁ କିନ୍ତୁ ତାହା ଆମ ସପକ୍ଷରେ ହୋଇପାରିଲା ନାହିଁ । ତେବେ ଆସନ୍ତା ନିର୍ବାଚନ ପାଇଁ ଆମେ ଛୋଟ ଦଳକୁ ଆମ ସହ ମିଶାଇବାକୁ ଚାହୁଁଛୁ । ଯେଉ ଦଳ ଚାହିଁବେ ଆମ ସହ ମିଶିପାରିବେ ।

ଗତକାଲି ଉତ୍ତରପ୍ରଦେଶରେ କଂଗ୍ରେସ ଟ୍ରେନିଂ କ୍ୟାମ୍ପେନ ଆରମ୍ଭ ହୋଇଥିବା ବେଳେ ଏହି କ୍ୟାମ୍ପେନରେ ଏପରି କହିଥିଲେ ପ୍ରିୟଙ୍କା । ଆସନ୍ତା ୧୦୦ ଦିନ ମଧ୍ୟରେ ସାରା ରାଜ୍ୟରେ ୭୦୦ଟି ଏହି ପରି ଟ୍ରେନିଂ ଶିବିର ଆୟୋଜନ କରାଯିବ । ଏହି କ୍ୟାମ୍ପେନର ନାମ "Parikshan se parakram--Congress Vijay Sena nirmaan" ରହିବ । ଆସନ୍ତା ୨୦ ଦିନ ମଧ୍ୟରେ ରାଜ୍ୟରେ ୫୮ ହଜାର ଗ୍ରାମସଭା କରିବ । ଦଳିୟକର୍ମୀ ଓ ଅଧିକାରୀ ମାନେ ଏହି ସମୟରେ ପ୍ରତ୍ୟେକ ଗାଁ ଓ ଘରଘର ବୁଲି ଦଳର ମିଶନ ବିଷୟରେ ଆଲେଚନା କରିବେ ବେଲି କହିଥିଲେ ପ୍ରିୟଙ୍କା ।

@ANI

ABOUT THE AUTHOR

...view details