ଓଡିଶା

odisha

ETV Bharat / bharat

ଲକ୍ଷ୍ମୀପୁର ଖେରୀରେ ଅସଦାଚରଣ ଶିକାର ପୀଡିତାଙ୍କୁ ଭେଟିବେ ପ୍ରିୟଙ୍କା

ଲକ୍ଷ୍ମୀପୁର ଖେରୀକୁ ୩ ଦିନିଆ ଗସ୍ତ କରିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଲକ୍ଷ୍ମୀପୁର ଖେରୀରେ ଅସଦାଚରଣର ଶିକାର ହୋଇଥିବା ମହିଳାଙ୍କ ସହ ହେବେ କଥା । ଅଧିକ ପଢନ୍ତୁ...

ଲକ୍ଷ୍ମୀପୁର ଖେରୀରେ  ଅସଦାଚରଣ ଶିକାର ହୋଇଥିବା ମହିଳାଙ୍କୁ ଭେଟିବେ ପ୍ରିୟଙ୍କା
ଲକ୍ଷ୍ମୀପୁର ଖେରୀରେ ଅସଦାଚରଣ ଶିକାର ହୋଇଥିବା ମହିଳାଙ୍କୁ ଭେଟିବେ ପ୍ରିୟଙ୍କା

By

Published : Jul 17, 2021, 2:24 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ନୌରୁ ଲକ୍ଷ୍ମୀପୁର ଖେରୀକୁ ୩ ଦିନିଆ ଗସ୍ତ କରିଛନ୍ତି କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଆଜି ସକାଳୁ ପ୍ରିୟଙ୍କା ଗାନ୍ଧୀ ଲକ୍ଷ୍ମୀପୁର ଖେରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଅସଦାଚରଣ ହୋଇଥିବା ପୀଡିତାଙ୍କୁ ଆଜି ଭେଟିବେ ପ୍ରିୟଙ୍କା । ତାଙ୍କ ଗସ୍ତକୁ ନଜରରେ ରଖି ସମ୍ରା ଘାଟ ନିକଟରେ ରହୁଥିବା ପୀଡିତାଙ୍କ ଘର ବାହାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ପାସଗ୍ବାନ ବ୍ଲକ ଅଧ୍ୟକ୍ଷ ନିର୍ବାଚନର ନାମାଙ୍କନ ପତ୍ର ଦାଖଲ ବେଳେ ମହିଳାଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଥିଲା ।

ନ୍ୟାସନାଲ କମିଶନ ଫର ଓମେନ (NCW) ଜୁଲାଇ ୮ରେ ଏହି ଘଟଣାରେ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଯେଉଁଥିରେ ଜଣେ ମହିଳାଙ୍କୁ ଆକ୍ରମଣ ସହ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଥିଲା । ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲ୍ଲାରେ ବ୍ଲକ୍ ଚେୟାରମ୍ୟାନ ମତଦାନ ପାଇଁ ନାମାଙ୍କନ ସମୟରେ ମହିଳା ଜଣଙ୍କ ପିନ୍ଧିଥିବା ଲୁଗାକୁ ଟାଣି ନିଆଯାଇଥିଲା। ଏହାର ଭିଡିଓ ଟ୍ବିଟରରେ ସେୟାର ହେବା ପରେ ଏନେଇ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଗତକାଲି ପ୍ରିୟଙ୍କା ଗାନ୍ଧୀ ଲକ୍ଷ୍ନୌରେ ପହଞ୍ଚି ୪ ଘଣ୍ଟା ଧରି ରାଜ୍ୟରେ ୨୦୨୨ ବିଧାନସଭା ନିର୍ବାଚନ ପାଇଁ ନେତାଙ୍କ ସହ ଆଲୋଚନା କରିଥିଲେ । ତେବେ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ସହ ଦଳକୁ ଆହୁରି ସୁଦୃଢ କରିବା ପାଇଁ ଜିଲ୍ଲାର ମୁଖ୍ୟମାନଙ୍କୁ ଉତ୍ସାହିତ କରିଥିଲେ । ଏଥିସହ ଜିଲ୍ଲାର ପ୍ରତ୍ୟେକ ଗାଁ ପରିଦର୍ଶନ କରି ସମସ୍ତଙ୍କ ପରିବାର ସହ ଯୋଗାଯୋଗ କରିବାକୁ ଗୁରୁମନ୍ତ୍ର ଦେଇଥିଲେ ପ୍ରିୟଙ୍କା । ଦଳୀୟ କର୍ମୀଙ୍କୁ ୨୪ ଘଣ୍ଟା କାମ କରିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି । ଯେପରି ପରବର୍ତ୍ତୀ ସମୟରେ ଉତ୍ତର ପ୍ରଦେଶରେ କଂଗ୍ରେସ ସରକାର ଗଠନ କରିବ ।

ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଥିବା ବେଳେ ଏହାର ପ୍ରସ୍ତୁତି ପାଇଁ ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି । ରାଜ୍ୟରେ ଦଳକୁ ସୁଦୃଢ କରିବା ସହିତ ୨୦୧୭ରେ ଦଳ ପାଇଥିବା ଭୋଟ ପ୍ରତିଶତକୁ ନେଇ ନୂଆ ରଣନୀତି ଆନୁସାରେ ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details