ନୂଆଦିଲ୍ଲୀ: 2022 ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କଲାଣି କଂଗ୍ରେସ । ଉତ୍ତରପ୍ରଦେଶରେ ଦଳର ବରିଷ୍ଠ ନେତାମାନଙ୍କ ସହିତ ଭର୍ଚୁଆଲରେ ବୈଠକ କରିବେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ସକାଳ 10ଟା ବୈଠକ ହେବା ନେଇ ସୂଚନା ମିଳିଛି ।
ପୂର୍ବରୁ ଶନିବାର ଉତ୍ତରପ୍ରଦେଶ ସରକାରଙ୍କ ଉପରେ ବର୍ଷିଥିଲେ । ବ୍ଲକ ସଭାପତି ନିର୍ବାଚନର ନାମାଙ୍କନ ପତ୍ର ଦାଖଲ ବେଳେ ହୋଇଥିବା ହିଂସାକୁ ନେଇ ୟୁପି ସରକାର ଉପରେ ବର୍ଷିଥିଲେ ପ୍ରିୟଙ୍କା । ପାର୍ଥୀପତ୍ର ଦାଖଲ କରିବାରୁ ମହିଳାଙ୍କୁ ବାଦ ଦେବା ସହିତ ତାଙ୍କୁ ଖରାପ ବ୍ୟବହାର ଦେଖାଇବା ନେଇ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ ପ୍ରିୟଙ୍କା ।