ଓଡିଶା

odisha

ETV Bharat / bharat

6 ରେ କେରଳ ନିର୍ବାଚନ, 2 ଦିନ ଧରି ପ୍ରଚାର ମୈଦାନକୁ ଓହ୍ଲାଇବେ ପ୍ରିୟଙ୍କା - କେରଳ ନିର୍ବାଚନ

ଆସନ୍ତା 6 ରେ କେରଳ ନିର୍ବାଚନ । ଗଡ ହାତେଇବା ପାଇଁ 2 ଦିନ ଧରି ପ୍ରଚାର କରିବେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଅଧିକ ପଢନ୍ତୁ...

Priyanka Gandhi  to campaign in kerala on march 30 and 31.
6ରେ କେରଳ ନିର୍ବାଚନ, 2 ଦିନ ଧରି ପ୍ରଚାର ମଇଦାନକୁ ଓହ୍ଲଇବେ ପ୍ରିୟଙ୍କା

By

Published : Mar 30, 2021, 10:12 AM IST

ଥିରୁବନନ୍ତପୁରମ: ଆସନ୍ତା 6 ତାରିଖରେ ହେବାକୁ ଯାଉଛି କେରଳ ବିଧାନସଭା ନିର୍ବାଚନ । ଗଡ ହାତେଇବା ପାଇଁ ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇଛି ଜୋରଦାର ପ୍ରଚାର । ଏଠାରେ ବିଶେଷ କରି ତ୍ରିମୁଖି ଲଢେଇ ଆରମ୍ଭ ହୋଇଛି । ବିଜେପି , ସିପିଆଇ ଓ କଂଗ୍ରେସ ମଧ୍ୟରେ ଜୋରଦାର ଲଢେଇ ଆରମ୍ଭ ହୋଇଛି । ନିର୍ବାଚନ ଜିତାପଟ ପାଇଁ ବିଭିନ୍ନ ରାଜନୈତିକ ଦଳ ଘନ ଘନ କେରଳ ଗସ୍ତରେ ଆସୁଛନ୍ତି । ରୋଡ ଶୋ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ସହ ପ୍ରଚାର କରୁଛନ୍ତି । ସେହି କ୍ରମରେ ଆଜି (ମଙ୍ଗଳବାର) କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କେରଳ ଗସ୍ତ କରିବେ । ନୂଆଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ପ୍ରିୟଙ୍କା ଥିରୁବନନ୍ତପୁରମ୍ ବିମାନବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସେ ସକାଳ 11.20 ସୁଦ୍ଧା ହେଲିକପ୍ଟର ଯୋଗେ କାୟାମକୁଲମକୁ ବାହାରିବେ। ସେଠାରେ ପହଞ୍ଚିବା ପରେ ସେ କରୁଣାଗାପାଲିରେ ରୋଡ ସୋ କରିବା ସହ କୁନ୍ନାଥୋର ଏବଂ ଚାଭାରାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ।

ସେ କୋଲାମ, ଇରାବିପୁରମ୍, ଛଥାନୁର ଏବଂ କୁଣ୍ଡାରା ଠାରେ ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗଦେବେ | ଏହା ପରେ ପ୍ରିୟଙ୍କା ଏକ ଚପର ଯାତ୍ରା କରି କୋଟରାକ୍କାରକୁ ଯିବେ । ଯେଉଁଠାରେ ସେ ପଠାନପୁରମ୍, ପୁନାଲୁର ଏବଂ ଚଡାମଙ୍ଗଲାମରେ ୟୁଡିଏଫ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ତା’ପରେ ସେ ଥିରୁବନନ୍ତପୁରମ୍ ଜିଲ୍ଲାକୁ ଫେରିବେ । ସେ ସେଠାରେ ଭର୍କାଲା, ଅଟ୍ଟିଙ୍ଗାଲ, ଭାମନାପୁରମ୍ ଏବଂ ନେଡୁମଙ୍ଗାଦର ପ୍ରାର୍ଥୀମାନଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗଦେବେ |ଏହା ପରେ ସେ ଅରୁଭିକକରା, କଟକଡା ଏବଂ ପାରାସାଲା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ପ୍ରିୟଙ୍କା ପୂଜାପୁରା, କରମାନା, କିଲିପାଲମ୍ ଏବଂ ପୁନ୍ଥୁରା ଦେଇ ରାଜଧାନୀ ଥିରୁବନନ୍ତପୁରମକୁ ଫେରିବେ । ସେଠାରେ ସେ ନେମୋ ଏବଂ ଥିରୁବନନ୍ତପୁରମ୍ କେନ୍ଦ୍ରୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ତାଙ୍କର ଅନ୍ତିମ କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଭାଲିଆଥୁରାରେ ରହିଛି। ସେହିପରି, ବୁଧବାର ଦିନ ପ୍ରିୟଙ୍କା କୋଟାୟାମ, ଏର୍ନାକୁଲମ୍ ଏବଂ ତ୍ରିସୁର ଜିଲ୍ଲାରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

ABOUT THE AUTHOR

...view details