ନୂଆଦିଲ୍ଲୀ:କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପୁଣିଥରେ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(Priyanka Gandhi Vadra tests positive for Covid) । ଆଜି (ବୁଧବାର) ତାଙ୍କ କୋରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ସେ ସମସ୍ତ କୋଭିଡ ପ୍ରୋଟୋକଲ ପାଳନ କରିବା ସହ ବର୍ତ୍ତମାନ ଘରେ ଆଇସୋଲେସନରେ ରହିଛନ୍ତି । ଏନେଇ ପ୍ରିୟଙ୍କା ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଏହାପୂର୍ବରୁ ଗତ ଜୁନରେ କଂଗ୍ରେସ ମହାସଚିବ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।
ପ୍ରିୟଙ୍କା ଗାନ୍ଧୀଙ୍କୁ ପୁଣି କୋରୋନା - ପ୍ରିୟଙ୍କା ଗାନ୍ଧୀ ପୁଣିଥରେ କୋରୋନା ସଂକ୍ରମିତ
ପୁଣି ଥରେ କୋରୋନା ସଂକ୍ରମିତ ହେଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଟ୍ବିଟ୍ କରି ଦେଲେ ସୂଚନା । ଅଧିକ ପଢନ୍ତୁ
ପ୍ରିୟଙ୍କା ଗାନ୍ଧୀ ପୁଣିଥରେ କୋରୋନା ସଂକ୍ରମିତ
ଗତ କିଛି ଦିନ ମଧ୍ୟରେ ପୱନ ଖେରା, ସାଂସଦ ଅଭିଷେକ ମନୁ ସିଙ୍ଗଭିଙ୍କ ସମେତ କେତେକ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀଙ୍କ ସଂସ୍ପର୍ଶରେ ଆସିଛନ୍ତି । ଗତ ମଙ୍ଗଳବାର ସନ୍ଧ୍ୟାରେ ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭାରେ ବିରୋଧି ଦଳ ନେତା ମଲ୍ଲିକାର୍ଜୁନ ଖାଡ୍ଗେ ମଧ୍ୟ କୋରୋନା ସଂକ୍ରମିତ ହୋଇଥିଲେ । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ନିଜ ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ । ସେହିପରି ତେବେ ଗତ ଜୁନରେ ଦଳ ମୁଖ୍ୟ ସୋନିଆ ଗାନ୍ଧୀ ମଧ୍ୟ କୋରୋନା ପଜିଟିଭ ଆସିଥିଲେ ।
Last Updated : Aug 10, 2022, 10:54 AM IST