ଓଡିଶା

odisha

ETV Bharat / bharat

UP Polls 2022: କଂଗ୍ରେସର ମୁଖ୍ୟମନ୍ତ୍ରୀ ପଦକୁ ନେଇ ପ୍ରିୟଙ୍କାଙ୍କ ଇସାରା - ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ

ଶୁକ୍ରବାର ପ୍ରିୟଙ୍କା ଗାନ୍ଧୀ ଗଣମାଧ୍ୟମ ସହିତ କଥା ହେବାବେଳେ ଉତ୍ତରପ୍ରଦେଶ ନିର୍ବାଚନରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ପ୍ରଶ୍ନ କରାଯାଇଥିଲା । ଏହାର ଜବାବରେ ପ୍ରିୟଙ୍କା ଗାନ୍ଧି କହିଥିଲେ ମୋ ଚେହେରା ସମସ୍ତ ସ୍ଥାନରେ ଦେଖୁଛନ୍ତି । ଅଧିକ ପଢନ୍ତୁ

UP Poll 2022:  କଂଗ୍ରେସର ମୁଖ୍ୟମନ୍ତ୍ରୀ ପଦକୁ ନେଇ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଇସାରା
UP Poll 2022: କଂଗ୍ରେସର ମୁଖ୍ୟମନ୍ତ୍ରୀ ପଦକୁ ନେଇ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଇସାରା

By

Published : Jan 21, 2022, 7:45 PM IST

ନୂଆଦିଲ୍ଲୀ:ଉତ୍ତରପ୍ରଦେଶ ନିର୍ବାଚନ ଯେତିକି ପାଖେଇ ଆସୁଛି ବଢୁଛି ସେତିକି ଉଷ୍ମତା । ନିର୍ବାଚନ ରଣାଙ୍ଗନରେ ସମସ୍ତ ଦଳ ଏବେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଲାଗିପଡିଛନ୍ତି । ଏଭଳି ସ୍ଥିତରେ ବିଜେପି ଓ ସମାଜବାଦୀ ପାର୍ଟୀ ନିଜର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଥିବାବେଳେ ସେପଟେ କଂଗ୍ରେସ ନିଜର ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଇସାରା ଦେଇଛି। ଆଜି ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ କଥାବାର୍ତ୍ତା ବେଳେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସୂଚନା ଦେଇଛନ୍ତି । କଂଗ୍ରେସରେ ଆଉ କେହି ନୁହେଁ, ମୁଁ ନିଜେ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଇସାରା ଦେଇଛନ୍ତି ପ୍ରିୟଙ୍କା ।

ଶୁକ୍ରବାର ପ୍ରିୟଙ୍କା ଗାନ୍ଧୀ ଗଣମାଧ୍ୟମ ସହିତ କଥା ହେବାବେଳେ ଉତ୍ତରପ୍ରଦେଶ ନିର୍ବାଚନରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ପ୍ରଶ୍ନ କରାଯାଇଥିଲା। ଏହାର ଜବାର ପ୍ରିୟଙ୍କା ଗାନ୍ଧି କହିଥିଲେ ମୋ ଚେହେରା ସମସ୍ତ ସ୍ଥାନରେ ଦେଖୁଛନ୍ତି । ଯାହା ସେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଇସାରା ଦେଇଛନ୍ତି । ତେବେ ଚଳିତ ଥର ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଏକାକୀ ଲଢୁଛି। କୌଣସି ଦଳ ସହ ମେଣ୍ଟ ଗଠନ କରିନାହିଁ । ଏହା ସହ ଚଳିତ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର କଂଗ୍ରେସ ପ୍ରିୟଙ୍କାଙ୍କ ନେତୃତ୍ବରେ ଲଢୁଛି। କଂଗ୍ରେସ ଉତ୍ତରପ୍ରଦେଶରେ ଚଳିତ ଥର 'main ladki hun lad sakti hun' ନାରା ମାଧ୍ୟମରେ ରାଜ୍ୟରେ ନାରୀଙ୍କୁ ଅଧିକ ମାତ୍ରାରେ ସାମିଲ କରାଯାଉଛି । ବିଶେଷ କରି ନାରୀଙ୍କୁ ମଧ୍ୟ ବିଧାନସଭା ନିର୍ବାଚନରେ ଟିକଟ ପ୍ରଦାନ କରି କଂଗ୍ରେସ ଚକମା ଦେବାକୁ ଚେଷ୍ଟା ଜାରି ରଖିଛି।

ସେପଟେ ବିଜେପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଚେହେରା ଭାବରେ ଉପସ୍ଥାପିତ କରୁଥିବାବେଳେ ସମାଜବାଦୀ ପାର୍ଟୀ ଅଖିଳେଶ ଯାଦବଙ୍କୁ ଉପସ୍ଥାପିତ କରିଛି । ସେହି ପରି ବହୁଜନ ସମାଜବାଦୀ ପାର୍ଟୀ ତରଫରୁ ମାୟାବତୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରହିଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣାକୁ ନେଇ ସସ୍ପେନ୍ସ ଜାରି ରହିଛି।

ଆସନ୍ତା ଫେବୃୟାରୀ ୧୦ ରୁ ଉତ୍ତରପ୍ରଦେଶରେ ସାତଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ। ଉତ୍ତରପ୍ରଦେଶର ୪୦୩ ବିଧାନସଭା ଆସନରେ କୋରୋନା କଟକଣାରେ ନିର୍ବାଚନ କରିବା ନେଇ ଘୋଷଣା କରିଛନ୍ତି ନିର୍ବାଚନ କମିସନ। ମାର୍ଚ୍ଚ ୧୦ ରେ ଭୋଟ ଗଣତି ସହ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।

@ANI

ABOUT THE AUTHOR

...view details