ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଆଗ୍ରାରେ ହାଜତ ମୃତ୍ୟୁକୁ ନେଇ ଜବରଦସ୍ତ ହଙ୍ଗାମା ଚାଲିଛି । ବାଲ୍ମୀକି ସମାଜର ଯୁବକଙ୍କ ମୃତ୍ୟୁ ପରେ ତେଜୁଛି ବିରୋଧର ସ୍ବର । ଏପଟେ ମୃତ ଯୁବକଙ୍କ ପରିବାରକୁ ଭେଟିବାକୁ ଯାଉଥିବା କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କୁ ଆଗ୍ରା ଏକ୍ସପ୍ରେସୱେରେ ହେପାଜତକୁ ନେଇଛି ପୋଲିସ ।
ଆଗ୍ରା ହାଜତ ମୃତ୍ୟୁ ମାମଲା, ପ୍ରିୟଙ୍କା ଗାନ୍ଧୀଙ୍କୁ ହେପାଜତକୁ ନେଲା ପୋଲିସ
ବାଲ୍ମୀକି ସମାଜର ଯୁବକଙ୍କ ମୃତ୍ୟୁ ପରେ ତେଜୁଛି ବିରୋଧର ସ୍ବର । ଏପଟେ ମୃତ ଯୁବକଙ୍କ ପରିବାରକୁ ଭେଟିବାକୁ ଯାଉଥିବା କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କୁ ଆଗ୍ରା ଏକ୍ସପ୍ରେସୱେରେ ହେପାଜତକୁ ନେଇଛି ପୋଲିସ । ଅଧିକ ପଢନ୍ତୁ...
ପୋଲିସ ହେପାଜତରେ ସଫେଇ କର୍ମଚାରୀ ଅରୁଣ କୁମାରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବାଲ୍ମୀକି ସମାଜ ସହ ଜଡିତ ଅରୁଣ କୁମାରଙ୍କୁ ଚୋରି ଅଭିଯୋଗରେ ଗିରଫ କରିଥିଲା ପୋଲିସ । ଏହାକୁ ନେଇ କଂଗ୍ରେସ ସକ୍ରିୟ ହୋଇଉଠିଛି । ମୃତ ଯୁବକଙ୍କ ପରିବାରକୁ ଭେଟିବାକୁ ଆଗ୍ରା ଅଭିମୁଖେ ବାହାରିଥିଲେ ପ୍ରିୟଙ୍କା । ହେଲେ ଏକ୍ସପ୍ରେସୱେରେ ତାଙ୍କ କାର୍କୁ ଅଟକାଯାଇଥିଲା । ଯାହାକୁ ନେଇ ଜୋରଦାର ହଙ୍ଗାମା କରିଥିଲେ କଂଗ୍ରେସ କର୍ମୀ । ଲକ୍ଷ୍ନୌ ପୋଲିସ ଧାରା 144 ଏବଂ ଆଇନ ଶୃଙ୍ଖଳା ଦର୍ଶାଇ ପ୍ରିୟଙ୍କା ଗାନ୍ଧୀଙ୍କୁ ହେପାଜତକୁ ନେଇଛି । ପ୍ରିୟଙ୍କାଙ୍କୁ ପୋଲିସ ଲାଇନ ନିଆଯାଇଥିବା ଜଣାପଡିଛି ।
ସେପଟେ ଆଗ୍ରା ପୋଲିସ ହେପାଜତରେ ମୃତ୍ୟୁ ମାମଲାରେ SSP ଆଗ୍ରା 5 ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଘଟଣାରେ ଜଣେ ଇନ୍ସପେକ୍ଟର, ସବ୍-ଇନ୍ସପେକ୍ଟର ଏବଂ ତିନି ଜଣ କନଷ୍ଟେବଳଙ୍କୁ ନିଲମ୍ବିତ କରଯାଇଛି । ଏହି ଘଟଣାରେ ଏକ ମାମଲା ରୁଜୁ ହୋଇଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଦୋଷୀ ପୋଲିସ କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଏସପି କହିଛନ୍ତି ।