ଓଡିଶା

odisha

ETV Bharat / bharat

Assembly Session: ମୁଖ୍ୟମନ୍ତ୍ରୀ ଓ ପୂର୍ତ୍ତମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌

ମୁଖ୍ୟମନ୍ତ୍ରୀ ଓ ପୂର୍ତ୍ତମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌ ଆଣିଲେ ବିଜେପି ଓ କଂଗ୍ରେସ । ବିରୋଧୀ ବିବୃତ୍ତି ମାଗିନଥିଲେ ସୁଦ୍ଧା କାହିଁଁକି ସଚିବଙ୍କ ଗସ୍ତ ନେଇ ନିଜ ଆଡୁ ବିବୃତ୍ତି ରଖିଲେ ମୁଖ୍ୟମନ୍ତ୍ରୀ ! ଅଧିକ ପଢନ୍ତୁ

By ETV Bharat Odisha Team

Published : Sep 27, 2023, 5:41 PM IST

Updated : Sep 27, 2023, 8:14 PM IST

ମୁଖ୍ୟମନ୍ତ୍ରୀ ଓ ପୂର୍ତ୍ତମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌
ମୁଖ୍ୟମନ୍ତ୍ରୀ ଓ ପୂର୍ତ୍ତମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆସିଲା ସ୍ୱାଧିକାର ଭଙ୍ଗ ନୋଟିସ । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଏହି ନୋଟିସ ଆଣିଛନ୍ତି । ସେହିପରି ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ୍‌ ଆସିଛି । ନୋଟିସ ଆଣିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଏହାକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ତେଣୁ ଅପରାହ୍ନ 4 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।

୫ଟି ସଚିବଙ୍କ ଜିଲ୍ଲା ଗସ୍ତକୁ ନେଇ ଜାରି ରହିଛି ବିରୋଧୀ ଓ ଶାସକଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ । ମାତ୍ର ଏହାକୁ ନେଇ ବିରୋଧୀ କିଛି ବିବୃତି ମାଗି ନଥିବା ବେଳେ ମୁଖ୍ୟମନ୍ତ୍ରୀ ଗତ 25 ତାରିଖରେ ଗୃହରେ ନିଜ ଆଡୁ ବିବୃତ୍ତି ରଖିଥିଲେ । ମୁଖ୍ୟମନ୍ତ୍ରୀ ଗୃହରେ ଦେଇଥିବା ବିବୃତ୍ତିକୁ ନେଇ ସ୍ୱାଧୀକାର ଭଙ୍ଗ ନୋଟିସ ଆଣିଛନ୍ତି ବିଜେପି ବିଧାୟକ ମୋହନ ମାଝୀ । ମୋହନ କହିଛନ୍ତି ଯେ, ବିରୋଧୀ ଦଳ ଭାବେ ଆମେ ବିବୃତ୍ତି ମାଗିନଥିଲୁ । କିନ୍ତୁ ନିଜ ଆଡୁ 5ଟି ସଚିବଙ୍କୁ ଘଣ୍ଟ ଘୋଡାଇବା ପାଇଁ ମୁଖ୍ୟମନ୍ତ୍ରୀ ବିବୃତି ରଖିଥିଲେ । ବିରୋଧୀଙ୍କୁ ଜନ ବିରୋଧୀ କହିଥିଲେ । କି’ଏ ଜନ ବିରୋଧୀ ବୋଲି ମୋହନ ପ୍ରଶ୍ନ କରିବା ସହ ଏଥିପାଇଁ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି କହିଥିଲେ । ବିବୃତ୍ତିରୁ ଏହି ଶବ୍ଦକୁ ବାଦ ଦିଅନ୍ତୁ ବୋଲି ମୋହନ ଦାବି କରିଛନ୍ତି ।

ସେହିପରି ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ ଆଣିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ପୂର୍ତ୍ତ ବିଭାଗ ତଥ୍ୟରେ ବହୁ ମିଥ୍ୟା ତଥ୍ୟ ରହୁଛି । ଗୃହରେ ବିଧାୟକ କରିଥିବା ପ୍ରଶ୍ନରେ ଖାମଖିଆଲି ଭାବେ ଉତ୍ତର ଦିଆଯାଉଥିବା ଅଭିଯୋଗରେ ବିଭାଗୀୟ ମନ୍ତ୍ରୀଙ୍କ ବିରୋଧରେ ଏହି ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛନ୍ତି । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଉଭୟ ବିଧାୟକ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ‘ପ୍ରିଭିଲେଜ କମିଟି’ ଗଠନ କରାଯାଉ ବୋଲି ବି ସେମାନେ ଦାବି କରିଛନ୍ତି । ଏହାର ବିଚାର କରାଯିବ ବୋଲି ବାଚସ୍ପତି ପ୍ରମିଳା ମଲ୍ଲିକ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ:- Assembly session: ଗୃହରେ ଉଠିଲା ଶିକ୍ଷକ ଆନ୍ଦୋଳନ ଓ ଖାଲି ପଦବୀ ପ୍ରସଙ୍ଗ, ଜବାବ ରଖିଲେ ମନ୍ତ୍ରୀ


ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ କହିବାକୁ ସୁଯୋଗ ନ ଦେବାରୁ କଂଗ୍ରେସ ବିଧାୟକ ଗୃହ ମଧ୍ୟଭାଗ ଆସି ହୋହଲ୍ଲା କରିଥିଲେ । ଏହାପରେ ବାଚସ୍ପତି ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ ଘୋଷଣା କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 27, 2023, 8:14 PM IST

ABOUT THE AUTHOR

...view details