ଓଡିଶା

odisha

ETV Bharat / bharat

Adhir Ranjan Chowdhury Suspension: ଅଧିରଙ୍କୁ ପକ୍ଷ ରଖିବାକୁ ମିଳିବ ସୁଯୋଗ

କଂଗ୍ରେସର ଲୋକସଭା ସଂସଦୀୟ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ନିଲମ୍ବନ ପ୍ରସଙ୍ଗକୁ ନେଇ ଆଜି ଲୋକସଭା ସଚିବାଳୟରେ ସ୍ବାଧୀକାର କମିଟି (ପ୍ରିଭିଲେଜ କମିଟି) ବସିଥିଲା । କମିଟି ସମ୍ମୁଖରେ ଅଧିରଙ୍କ ବିରୋଧରେ ଆସିଥିବା ଅଭିଯୋଗର ସମସ୍ତ ତଥ୍ୟ ଉପସ୍ଥାପନା କରାଯାଇଥିଲା । ଅଧିକ ପଢନ୍ତୁ

Adhir Ranjan Chowdhury Suspension
Adhir RanjAdhir Ranjan Chowdhury Suspensionan Chowdhury Suspension

By

Published : Aug 18, 2023, 4:53 PM IST

ନୂଆଦିଲ୍ଲୀ: କଂଗ୍ରେସ ଲୋକସଭା ସଂସଦୀୟ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ପକ୍ଷ ରଖିବା ପାଇଁ ମିଳିବ ସୁଯୋଗ । ଆଜି ବସିଥିବା ସ୍ବାଧୀକାର କମିଟି (ପ୍ରିଭିଲେଜ କମିଟି) ବୈଠକରେ ହୋଇଛି ଏହି ନିଷ୍ପତ୍ତି । କମିଟିର ନିଷ୍ପତ୍ତି ଅନୁସାରେ ଲୋକସଭାରେ କଂଗ୍ରେସ ସଂସଦୀୟ ନେତା ତଥା ନିଲମ୍ବିତ ସାଂସଦ ଅଧିର ରଞ୍ଜନ ଚୌଧୁରୀଙ୍କୁ ନିଜ ପକ୍ଷ ରଖିବା ପାଇଁ ସୁଯୋଗ ମିଳିବ ।

କଂଗ୍ରେସର ଲୋକସଭା ସଂସଦୀୟ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ନିଲମ୍ବନ ପ୍ରସଙ୍ଗକୁ ନେଇ ଆଜି ଲୋକସଭା ସଚିବାଳୟରେ ସ୍ବାଧୀକାର କମିଟି (ପ୍ରିଭିଲେଜ କମିଟି) ବସିଥିଲା । କମିଟି ସମ୍ମୁଖରେ ଅଧିରଙ୍କ ବିରୋଧରେ ଆସିଥିବା ଅଭିଯୋଗର ସମସ୍ତ ତଥ୍ୟ ଉପସ୍ଥାପନା କରାଯାଇଥିଲା । କମିଟି ସମସ୍ତ ଅଭିଯୋଗ ଓ ପ୍ରମାଣକୁ ଯାଞ୍ଚ କରିଥିଲା । ବୈଠକରେ କମିଟି ନିଷ୍ପତ୍ତି ନେଇଛି ନିଲମ୍ବିତ ସାଂସଦଙ୍କୁ ନିଜ ପକ୍ଷ ରଖିବା ପାଇଁ ସୁଯୋଗ ଦିଆଯିବ । କମିଟିର ପରବର୍ତ୍ତୀ ବୈଠକରେ ଅଧିରଙ୍କୁ ଉପସ୍ଥିତ ରହି ପକ୍ଷ ରଖିବା ପାଇଁ ନୋଟିସ୍‌ ଦିଆଯିବ । କମିଟିର ପରବର୍ତ୍ତୀ ବୈଠକ ଆସନ୍ତା 30 ତାରିଖରେ ବସିବ । ଲୋକସଭାର ଗରିମା ନଷ୍ଟ କରିବା, ନିୟମ ବିରୋଧରେ ଯିବା, ଆସନକୁ ଅସମ୍ମାନ ସହ ଗୃହର ନେତା ତଥା ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରିବା ଭଳି ଅଭିଯୋଗ ସାଂସଦ ଅଧିର ରଞ୍ଜନ ଚୌଧୁରୀଙ୍କ ବିରୋଧରେ ରହିଛି ।

ଏହାବି ପଢନ୍ତୁ- ଲୋକସଭାରୁ ଅଧୀର ରଞ୍ଜନ ନିଲମ୍ବିତ: କଂଗ୍ରେସ ସାଂସଦଙ୍କ ବୈଠକ ଡକାଇଲେ ସୋନିଆ

ସୂଚନାଯୋଗ୍ୟ ଯେ, ସଂସଦର ମୌସୁମୀ ଅଧିବେଶନରେ ମଣିପୁର ପ୍ରସଙ୍ଗକୁ ନେଇ ବିରୋଧୀ କଂଗ୍ରେସ କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲା । ପ୍ରସ୍ତାବକୁ ନେଇ ଲୋକସଭାରେ ତିନି ଦିନ ଧରି ବିତର୍କ ହୋଇଥିଲା । ବିତର୍କରେ ଶେଷ ଦିନ ତଥା ଅଗଷ୍ଟ 10ରେ କଂଗ୍ରେସ ସଂସଦୀୟ ନେତା ଅଧିର ରଞ୍ଜନ ଚୌଧୁରୀ ବିତର୍କ ବେଳେ ବାରମ୍ବାର ବାଚସ୍ପତିଙ୍କ ନିର୍ଦ୍ଦେଶକୁ ଉଲ୍ଲଙ୍ଘନ କରିଥିଲେ । ଏପରିକି ନିଜ ଭାଷଣ ବେଳେ ଅଧିର ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବାକୁ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଅନ୍ଧ ରାଜାଙ୍କ ସହ ତୁଳନା କରିଥିଲେ । କହିଥିଲେ ‘‘ବର୍ତ୍ତମାନର ସାମ୍ପ୍ରଦାୟିକ ସ୍ଥିତିରେ ମତେ ଏହା କହିବାକୁ ସଂକୋଚ ନାହିଁ ଯେ ଯେତେବେଳେ ଧ୍ରୁତରାଷ୍ଟ୍ର ଅନ୍ଧ ଥିଲେ... ସେତେବେଳେ ଦ୍ରୌପଦୀଙ୍କ ବସ୍ତ୍ରହରଣ ହୋଇଥିଲା । ଆଜି ମଧ୍ୟ ଅନ୍ଧ ରାଜା ବସିଛନ୍ତି । ଯେଉଁଠି ଅନ୍ଧ ରାଜା ବସିଥିବେ... ସେଇଠି ହସ୍ତିନାପୁର ହେଉ କି ମଣିପୁର ଦ୍ରୌପଦୀଙ୍କ ବସ୍ତ୍ର ହରଣ ହେବ ।’’

ଅଧିରଙ୍କ ଏହି ଶବ୍ଦ ପ୍ରୟୋଗକୁ ନେଇ ବିଜେପି ଲୋକସଭାରେ ତୀବ୍ର ପ୍ରତିବାଦ କରିବା ସହିତ, ସଂସଦରେ ହଙ୍ଗାମା କରିଥିଲା । ଏପରିକି ସଂସଦୀୟ ବ୍ୟାପାର ମନ୍ତ୍ରୀ ଅଧିରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ପ୍ରସ୍ତାବ ଆଣିଥିଲେ । ଯାହାକୁ ବାଚସ୍ପତି ଗ୍ରହଣ କରିବା ସହିତ ଅଧୀରଙ୍କୁ ଲୋକସଭାରୁ ନିଳମ୍ବିତ କରିଥିଲେ ।

ABOUT THE AUTHOR

...view details