ଓଡିଶା

odisha

ETV Bharat / bharat

ଏଠି କଏଦୀ କରନ୍ତି ଗଣେଶ ପୂଜା, 10 ଦିନ ପାଇଁ ଥାନାକୁ ଆସନ୍ତି ଗଜାନନ ! - ଗଜାନନଙ୍କ ପୂଜା

ଗଣେଶ ପୂଜା କରୁଛନ୍ତି କଏଦୀ । ଏଥିପାଇଁ ଥାନା ବାହାରେ ସ୍ଥାପିତ ହେଲା ଗଣେଶ ମୂର୍ତ୍ତି । ଅଧିକ ପଢ଼ନ୍ତୁ

କଏଦୀ କରୁଛନ୍ତି ଗଣେଶ ପୂଜା, ଥାନା ବାହାରେ ସ୍ଥାପିତ ହେଲା ୧୫୦ ବର୍ଷର ଗଣେଶ ମୂର୍ତ୍ତି
କଏଦୀ କରୁଛନ୍ତି ଗଣେଶ ପୂଜା, ଥାନା ବାହାରେ ସ୍ଥାପିତ ହେଲା ୧୫୦ ବର୍ଷର ଗଣେଶ ମୂର୍ତ୍ତି

By

Published : Sep 3, 2022, 10:02 AM IST

ପାଟନା: ଚାଲିଛି ବିଘ୍ନ ବିନାଶକଙ୍କ ପୂଜା । ଉତ୍ସବମୁଖର ପୁର ପଲ୍ଲୀ । ପିଲାଠୁ ବୁଢା ସଭିଏଁ ବାପ୍ପାଙ୍କ ପୂଜାରେ ନିମଗ୍ନ । ଚାରିଆଡେ ଗଣେଷ ପୂଜାର ଧୁମଧାମରେ ଚାଲିଥିବା ବେଳେ ବିହାର ନାଳନ୍ଦା ସହରରେ ଟିକେ ନିଆରା ଢଙ୍ଗରେ ହୁଅ ଗଣପତିଙ୍କ ପୂଜା । ଯେଉଁଠି ଥାନା ବାହାରେ ପୂଜା ପାଆନ୍ତି ଗଣେଶ ଆଉ ପୂଜା କରନ୍ତି ବର୍ଷ ସାରା ଜେଲରେ ବନ୍ଦୀ ଥିବା ଏକଦୀ (prisoners celebrated Ganesh Puja) । 10 ଦିନ ଧରି ଲମ୍ବୋଦରଙ୍କୁ ଆରଧନା କରିବାର ସୌଭାଗ୍ୟ ଅର୍ଜନ କରନ୍ତି କଏଦୀ ।

କଏଦୀ କରୁଛନ୍ତି ଗଣେଶ ପୂଜା, ଥାନା ବାହାରେ ସ୍ଥାପିତ ହେଲା ୧୫୦ ବର୍ଷର ଗଣେଶ ମୂର୍ତ୍ତି

କାହିଁକି ଏ ପୂଜା ଭିନ୍ନ ?

କୁହାଯାଏ ଏଠାରେ ପୂଜା ପାଉଥିବା ମୂର୍ତ୍ତି ୧୫୦ ବର୍ଷ ପୁରୁଣା । ଏଣୁ ଚୋରଙ୍କ ନଜର ଏହି ମୂର୍ତ୍ତି ଉପରେ ରହିଥାଇପାରେ । ନାଳନ୍ଦାର ଏକ ମନ୍ଦିରରେ ଏହାକୁ ସ୍ଥାପନା କରାଯାଇଥିଲା । କିନ୍ତୁ ଥରେ ମୂର୍ତ୍ତି ଚୋରି ହୋଇଯାଇଥିଲା । କୌଣସିମତେ ମୂର୍ତ୍ତିକୁ ଖୋଜିବାରେ ସକ୍ଷମ ହୋଇଥିଲେ ଲୋକେ । ଏହାପରେ ମୂର୍ତ୍ତିର ସୁରକ୍ଷା ପାଇଁ ସିଲାୱ ଥାନା ପରିସରରେ ଏକ ମନ୍ଦିର ତିଆରି କରି ଗଣେଶଙ୍କୁ ସ୍ଥାପନା କରିବାକୁ ନିଷ୍ପତ୍ତି ନେଇଥିଲେ ସ୍ଥାନୀୟ ଲୋକ ।

ଗଣେଶ ପୂଜା ପାଇଁ ଏଠାରେ ସ୍ବତନ୍ତ୍ର ଏକ ପୂଜା କମିଟି ରହିଛି । ପୂଜା କମିଟି ପକ୍ଷରୁ ଏକ ମଣ୍ଡପ ତିଆରି କରାଯାଇଥାଏ । ଏଠାରେ ୧୦ ଦିନ ଧରି ଗଣେଶଙ୍କ ଆବାହନ ପରେ ପୁନଃ ମନ୍ଦିରରେ ଗଣେଶଙ୍କ ସ୍ଥାପନା ହୋଇଥାଏ । ୧୦ ଦିନ ଧରି କଏଦୀମାନେ ମଧ୍ୟ ଗଣପତିଙ୍କ ଦର୍ଶନ ଲାଭ କରିବାର ସୌଭାଗ୍ୟ ଅର୍ଜନ କରନ୍ତି ।

ଏହାକୁ ନେଇ ଗଣେଶ ମନ୍ଦିର ପୂଜାରି ବାଳ ଗୋବିନ୍ଦି ରାମ କହିଛନ୍ତି, "ଗଣେଶ ମୂର୍ତ୍ତି ପ୍ରାୟ ୧୫୦ ବର୍ଷ ପୁରୁଣା । ପୂର୍ବରୁ ଏହା ମାଟିରେ ନିର୍ମିତ ହୋଇଥିଲା । ଭାଙ୍ଗିଯିବାକୁ ପୁନଃ ଏହାକୁ ପଥରରେ ନିର୍ମାଣ କରାଗଲା । କିଛି ଚୋର ମୂର୍ତ୍ତି ଚୋରି କରି ନେଇଥିଲେ । କିନ୍ତୁ ଆମେ ତାଙ୍କୁ ଧରିବାରେ ସକ୍ଷମ ହୋଇଥିଲୁ । ସୁରକ୍ଷା ଦୃଷ୍ଟିରୁ ଶେଷରେ ସିଲାୱ ଥାନା ପରିସର ମନ୍ଦିରରେ ଆମେ ଭଗବାନଙ୍କୁ ରଖିବା ପାଇଁ ସ୍ଥିର କରିଥିଲୁ । ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀରେ ଗଣେଶଙ୍କୁ ୧୦ ଦିନ ପାଇଁ ମନ୍ଦିର ବାହାରକୁ ଅଣାଯାଏ ।"

ABOUT THE AUTHOR

...view details