ଅମରାବତୀ: ବ୍ୟବସାୟ ପାଇଁ ପ୍ରତ୍ୟେକ ବ୍ୟକ୍ତି ସର୍ବଦା ନିଜର ଏକ ସ୍ବତନ୍ତ୍ର ଏବଂ ଆକର୍ଷଣୀୟ ଶୈଳୀ ଆପଣେଇଥାନ୍ତି । କିପରି ସେମାନଙ୍କ ବ୍ୟବସାୟ ଅନ୍ୟମାନଙ୍କ ଠାରୁ ଭିନ୍ନ ହେବ ଏବଂ ଲୋକଙ୍କ ନିକଟରେ ଆଦ୍ରୁତ ହେବ ସେ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି । ଏହି ପରିପ୍ରେକ୍ଷୀରେ ଆନ୍ଧ୍ରପ୍ରଦେଶର ଅନନ୍ତପୁରର 3 ଜଣ ବ୍ୟବସାୟୀ ନିଆରା ଉପାୟରେ ଆରମ୍ଭ କରିଛନ୍ତି ସେମାନଙ୍କ ବ୍ୟବସାୟ ।
ଅବିକଳ ଜେଲ ପରି ଲାଗୁଥିବା ଏକ ରେସ୍ତୋରାଁ ନିର୍ମାଣ କରିଛନ୍ତି । ଯାହା ମଧ୍ୟକୁ ପ୍ରବେଶ କରିବା ମାତ୍ରେ ଆପଣଙ୍କୁ ଜେଲ୍ ପରି ଅନୁଭୂତ ହେବ ନିଶ୍ଚୟ । ଅନନ୍ତପୁରର ରୁଦ୍ରାମପେଟ ବାଇପାସ୍ ନିକଟରେ ଅବସ୍ଥିତ ଏହି ରେସ୍ତୋରାଁ । ଏହା ମଧ୍ୟକୁ ପ୍ରବେଶ କରିବା ମାତ୍ରେ ଆପଣଙ୍କୁ ଏକ ଜେଲରେ ପ୍ରବେଶ କରିବା ଭଳି ଅନୁଭବ ହେବ ।
ଜେଲକୁ ଜଗିବା ପାଇଁ ଏକ ସେଣ୍ଟ୍ରି ରଖାଯାଇଛି ଏବଂ ଆପଣ ଯେଉଁଆଡେ ବି ଚାହିଁବେ, ବନ୍ଧୁକଧାରୀ ଜଗୁଆଳିମାନେ ଛିଡା ହୋଇଥିବେ । କଏଦୀ ୟୁନିଫର୍ମରେ ଥିବା ସର୍ଭରମାନେ ସୁଇଙ୍ଗ୍ କବାଟ ଖୋଲିଥାନ୍ତି । ଏଠାକୁ ପ୍ରବେଶ କରିବା ମାତ୍ରେ ଆପଣଙ୍କୁ ରେସ୍ତୋରାଁ ବଦଳରେ ଜେଲକୁ ଯାଉଛନ୍ତି ବୋଲି ଲାଗିବ ନିଶ୍ଚୟ ।