ଓଡିଶା

odisha

ETV Bharat / bharat

360 ଡିଗ୍ରୀ ରେସ୍କ୍ୟୁ ଅପରେସନ: ସ୍ଥିତି ପରଖିଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଓ କେନ୍ଦ୍ର ଗୃହ ସଚିବ

16 ଦିନରେ ଉତ୍ତରକାଶୀ ସିଲକ୍ୟାରା ଟନେଲ ଉଦ୍ଧାରକାର୍ଯ୍ୟ । ଘଟଣାସ୍ଥଳରେ ପହଞ୍ଚି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଓ କେନ୍ଦ୍ର ଗୃହ ସଚିବ । ଏବେ ଭର୍ଟିକାଲ ଡ୍ରିଲିଂ ସହ ରାଟ ମାଇନିଂ ପ୍ରକ୍ରିୟାକୁ ଗୁରୁତ୍ବ । ଅଧିକ ପଢନ୍ତୁ

ଉତ୍ତରକାଶୀ ଟନେଲ ନିକଟରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଓ କେନ୍ଦ୍ର ଗୃହ ସଚିବ
ଉତ୍ତରକାଶୀ ଟନେଲ ନିକଟରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଓ କେନ୍ଦ୍ର ଗୃହ ସଚିବ

By ETV Bharat Odisha Team

Published : Nov 27, 2023, 7:54 PM IST

ଡେରାଡୁନ:ଉତ୍ତରକାଶୀ ସିଲକ୍ୟାରା ଟନେଲରେ ଫସିଥିବା 41 ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଜାରି ରହିଥିବା ଅପରେସନ ଆଜିକୁ 16ତମ ଦିନରେ ପହଞ୍ଚିଛି । ଆହ୍ବାନପୂର୍ଣ୍ଣ ଭୌଗଳିକ ସ୍ଥିତି ଓ ଯାନ୍ତ୍ରିକ ସମସ୍ୟା କାରଣରୁ ଏହା ଅହେତୁକ ବିଳମ୍ବ ଓ ଜଟିଳ ହେବାରେ ଲାଗିଛି । ଦୁଇ ଦିନ ତଳୁ ଅଗର ମେସିନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପରେ ଖୋଦେଇ କାମ ବନ୍ଦ ରହିଛି । ଏବେ ଭର୍ଟିକାଲ ଡ୍ରିଲିଂ ଓ ରାଟ ମାଇନିଂ ପ୍ରକ୍ରିୟାରେ ଖୋଳା କାମ ଜାରି ରହିଛି । ଏହାରି ମଧ୍ୟରେ ଆଜି ଘଟଣାସ୍ଥଳରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର, କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ଓ ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବ ଏସ.ଏସ ସନ୍ଧୁ ପହଞ୍ଚି ଉଦ୍ଧାର ଅପରେସନର ସମୀକ୍ଷା କରିଛନ୍ତି ।

ଏହି ଉଦ୍ଧାର ପରେସନକୁ ସ୍ଥାନୀୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ନିଜେ ନିୟମିତ ତଦାରଖ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିୟମିତ ଅପଡେଟ ନେଉଛନ୍ତି । ପୂର୍ବରୁ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକାରୀ ଓ କେନ୍ଦ୍ର ପରିବହନ ରାଷ୍ଟ୍ର ମନ୍ତ୍ରୀ ଜେନେରାଲ (ଅବସରପ୍ରାପ୍ତ) ବିଜୟ କୁମାର ସିଂ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିସାରିଛନ୍ତି । ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଥିଲେ ସୁଦ୍ଧା ଅପରେସନ ପୂର୍ଣ୍ଣ ସଫଳ ହେବା ପାଇଁ ଆଉ କେତେ ସମୟ ଲାଗିବ, ସେ ନେଇ କୌଣସି ସ୍ପଷ୍ଟତା ନାହିଁ ।

ଏବେ ଶ୍ରମିକମାନେ ଫସିଥିବା ସ୍ଥାନରେ ପାହାଡ ଉପରୁ ଭର୍ଟିକାଲ ଡ୍ରିଲିଂ (ଭୂଲମ୍ବ ଖନନ) ଜାରି ରହିଛି । ଦୁଇ ଦିନ ତଳେ ଅଗର ମେସିନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହା ଅଚଳ ହୋଇପଡିଥିଲା । ଏହାକୁ ଟନେଲ ମଧ୍ୟରୁ ବାହାର କରାଯାଉଛି । ଭୌଗଳିକ ଅବସ୍ଥିତି ଓ ନିକଟରେ ଦେଖାଯାଇଥିବା ସମସ୍ୟାକୁ ଦୃଷ୍ଟିରେ ରଖି 360 ଡିଗ୍ରୀ ସମନ୍ବିତ ଅପରେସନ ଜାରି ରହିଛି । ପୂର୍ବରୁ ବିଦେଶୀ ଟନେଲ ବିଶେଜ୍ଞଙ୍କ ସହ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆରଏଫ), ଆଇଟିବିପି ପ୍ରମୁଖ ସାମିଲ ଥିବା ବେଳେ ଏବେ ଏଥିରେ ସେନା ମଧ୍ୟ ନିୟୋଜିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ :- ଟନେଲ୍ ରେସ୍ୟୁରେ ବଡ଼ ପ୍ରୟାସ: ଆକ୍ସନରେ ରାଟ୍ ମାଇନିଂ ଟିମ୍, ଖୁବ୍ ଶୀଘ୍ର ମାନୁଆଲ୍ ଡ୍ରିଲିଂ

ଶ୍ରମିକମାନେ ଫସିଥିବା ସ୍ଥାନକୁ ନିୟମିତ ଖାଦ୍ୟ, ପାଣି ପଠାଯିବା ପାଇଁ ଦୁଇଟି ଲାଇଫ-ଲାଇନ ପାଇପ୍‌ ବ୍ୟବସ୍ଥିତ ହୋଇଛି । ସେମାନଙ୍କ ନିକଟରେ ପର୍ଯ୍ୟାପ୍ତ ଅମ୍ଳଜାନ ଉପଲବ୍ଧ କରାଇବା ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା ହୋଇଛି । ସେହିପରି ସେମାନଙ୍କ ମନୋବଳ ଦୃଢ ରଖିବା ପାଇଁ ମଧ୍ୟ ସେମାନଙ୍କ ସହ ନିୟମିତ ମଧ୍ଯ ଉଦ୍ଧାରକାରୀ ଟିମ ସଦସ୍ୟ ବାର୍ତ୍ତାଳାପ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details