ରାଞ୍ଚି:ସ୍କୁଲରେ ଜୟ ଶ୍ରୀରାମ କହିବାରୁ ବିଦ୍ୟାର୍ଥୀଙ୍କୁ ଦଣ୍ଡ ଦେଲେ ପ୍ରଧାନ ଶିକ୍ଷକ । ସମସ୍ତ ଦଶମ ଶ୍ରେଣୀ ଛାତ୍ରଙ୍କୁ ସ୍କୁଲରୁ ଦୁଇ ଦିନ ପାଇଁ ନିଲମ୍ବିତ କରିଛନ୍ତି ପ୍ରଧାନ ଶିକ୍ଷକ । ଏପରି ଏକ ଘଟଣା ଝାଡଖଣ୍ଡର ବୋକାରୋ ଏକ ସ୍କୁଲରୁ ସାମ୍ନାକୁ ଆସିଛି । ବୋକାରୋ ଜିଲ୍ଲାର ଗୋମିଆରେ ଚାଲିଥିବା ଏକ ମିଶନାରୀ ବିଦ୍ୟାଳୟରେ 'ଜୟ ଶ୍ରୀ ରାମ' ଜପ କରିବାରୁ ପ୍ରଧାନଶିକ୍ଷକ ଶ୍ରେଣୀର ସମସ୍ତ ଛାତ୍ରଙ୍କୁ ଦୁଇ ଦିନ ପାଇଁ ନିଲମ୍ବିତ କରିଥିଲେ । ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏପରିକି ଛାତ୍ରଙ୍କ ଅଭିଭାବକଙ୍କୁ ସ୍କୁଲକୁ ଡକାଇଛନ୍ତି ପ୍ରଧାନ ଶିକ୍ଷକ ।
ଅନ୍ୟପକ୍ଷରେ ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବିଶ୍ୱ ହିନ୍ଦୁ ପରିଷଦର ବିନୟ କୁମାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ଚିଠି ଲେଖିଛନ୍ତି । ସେ ଚିଠିରେ ଲେଖି ବିଦ୍ୟାଳୟ ପରିଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ବିନୟ କହିଛନ୍ତି, ଏପ୍ରିଲ ୫ ତାରିଖ ଦିନ ଲୋଇଲା ମିଶନାରୀ ବିଦ୍ୟାଳୟରେ ଶ୍ରେଣୀ ଚାଲିଥିଲା । ଯେଉଁଥିରେ ଜଣେ ୧୦ ଶ୍ରେଣୀର ବାଳକ ‘ଜୟ ଶ୍ରୀ ରାମ’ ଜପ କରୁଥିଲେ । ଏହି ଜପରେ ରାଗିଯାଇ ଶିକ୍ଷକ ସମସ୍ତ ଛାତ୍ରଙ୍କୁ ନିଲମ୍ବିତ କରି ଦଣ୍ଡିତ କରିଥିଲେ ।