ଓଡିଶା

odisha

ETV Bharat / bharat

ଗାନ୍ଧୀନଗରୁ-ମୁମ୍ବାଇ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ - ବନ୍ଦେ ଭାରତ ଏକ୍ସପ୍ରେସ

ଗୁଜୁରାଟରୁ ମହାରାଷ୍ଟ୍ରକୁ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ । ଗାନ୍ଧୀନଗରରୁ ମୁମ୍ବାଇ ରୁଟରେ ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

PM Modi inaugurate vande bharat train
ଗୁଜୁରାଟରୁ ମୁମ୍ବାଇ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ

By

Published : Sep 30, 2022, 2:26 PM IST

ଗାନ୍ଧୀନଗର: ଗୁଜୁରାଟ ଗାନ୍ଧୀନଗରରୁ ମୁମ୍ବାଇ ରୁଟରେ ଆଜି (ଶୁକ୍ରବାର) ନୂଆ ସେଣ୍ଟ୍ରାଲ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଦେଶକୁ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଭେଟି ଦେଇଛନ୍ତି । ଏହି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଗାନ୍ଧୀନଗରରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ । ଗୁଜୁରାଟ ଓ ମହାରାଷ୍ଟ୍ରର ଦୁଇ ରାଜଧାନୀକୁ ଯୋଡିବ ଏହି ଏକ୍ସପ୍ରେସ ।

ରବିବାରକୁ ଛାଡି ସପ୍ତାହକୁ 6 ଦିନ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ । ବନ୍ଦେ ଭାରତ ଟ୍ରେନ୍‌ ନମ୍ବର 20901 ସପ୍ତାହକୁ 6 ଦିନ ମୁମ୍ବାଇରୁ ସକାଳ 6ଟା 10ରୁ ବାହାରି ଗାନ୍ଧୀନଗରରେ 12ଟା 30ରେ ପହଞ୍ଚିବ । ଟ୍ରେନ ନମ୍ବର 20902 ଅପରାହ୍ନ 2ଟା 5ରୁ ଗାନ୍ଧୀନଗରରୁ ବାହାରି ରାତି 8ଟା 35ରେ ମୁମ୍ବାଇରେ ପହିଞ୍ଚିବ । ଏଥିରେ 16ଟି କୋଚ ରହିଛି । ଏକ୍ସପ୍ରେସରେ ପାଖାପାଖି 1,128 ଯାତ୍ରୀ ବସିବାର କ୍ଷମତା ରହିଛି । ଏହାର ଓଜନ 392ରୁ ଟନରୁ 38 ଟନକୁ କମାଇ ଦିଆଯାଇଛି ।

2 ଫୁଟ ବନ୍ୟା ପାଣିରେ ମଧ୍ୟ ଏହା ଟ୍ରାକରେ ସହଜରେ ଗଡିବ, ଏହା କଳଙ୍କିହୀନ । ଏଥିରେ ଆଟୋମେଟିକ ଗେଟ ଖୋଲିବା ବ୍ୟବସ୍ଥା ରହିଛି । ଜିନିଷପତ୍ର ରଖିବା ପାଇଁ ମଧ୍ୟ ଅଧିକ ସ୍ଥାନ ରହିଛି । ଶୌଚାଳୟଗୁଡିକ ମଧ୍ୟ ଉନ୍ନତ ରହିଛି । ଟ୍ରେନର ପାଖାପାଖି ଅଧିକ ଜିନିଷ ଭାରତରେ ତିଆରି ହୋଇଛି । ଗାନ୍ଧୀନଗରରେ ପହଞ୍ଚିବା ପୂର୍ବରୁ ସୁରଟ, ଭାଦୋଦରା ଓ ଅହମ୍ମଦାବାଦ 3ଟି ଷ୍ଟେସନରେ ଅଟକିବ ଏହି ଟ୍ରେନ୍‌ ।

ଏହା ବି ପଢନ୍ତୁ...ବେଆଇନ ବାଲି ଖନନକୁ ନେଇ ବିହାରରେ ଗୁଳିକାଣ୍ଡ: ୪ ମୃତ, ୯ ଆହତ

ନୂଆ ବନ୍ଦେ ଭାରତ ଏକ୍ସପ୍ରେସରେ ଉନ୍ନତମାନର ବୈଶିଷ୍ଟ ରହିଛି । ଯାତ୍ରୀଙ୍କ ଯାତ୍ରାକୁ ସହଜ ଓ ସୁନ୍ଦର କରିବାକୁ ରିସାଇକ୍ଲିଙ୍ଗ ସିଟ, ଅଟୋମେଟିକ ଫାୟର ସେନ୍ସର, ସିସିଟିଭ କ୍ୟାମେରା, ମାଗଣା ଇଣ୍ଟେନେଟ ସେବା, 3 ଘଣ୍ଟା ବ୍ୟାଟେରୀ ବ୍ୟାକଅପ ସହ ଜିପିଏସ ସିଷ୍ଟମ ରହିଛି । ଅଗଷ୍ଟ 2023 ସୁଦ୍ଧା ଚେନ୍ନାଇର ଆଇସିଏଫ (Integral Coach Factory) ଅଧିକ 75 ବନ୍ଦେ ଭାରତ ଏକ୍ସପ୍ରେସ ତିଆରି କରିବାକୁ ଲକ୍ଷ୍ୟ ରଖିଛି ।

ପୂର୍ବରୁ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ସାରିଛି । ଦିଲ୍ଲୀରୁ ବାରଣାସୀ ଓ ଦିଲ୍ଲୀରୁ ବୈଷ୍ଣୋଦେବୀକୁ ବନ୍ଦେ ଭାରତ ଟ୍ରେନ ଚଳାଚଳ ହେଉଛି । ଗାନ୍ଧୀନଗରରୁ ଟ୍ରେନର ଶୁଭାରମ୍ଭ ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ ଗୁରୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ, ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ଉପସ୍ଥିତ ଥିଲେ ।

ABOUT THE AUTHOR

...view details