ଓଡିଶା

odisha

ସୁୁଧୁରୁଛି ହୀରାବେନଙ୍କ ସ୍ବାସ୍ଥ୍ୟବସ୍ଥା, ହୋଇପାରନ୍ତି ଡିସଚାର୍ଜ

By

Published : Dec 29, 2022, 4:03 PM IST

ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ ବୁଧବାରଠାରୁ ଅହମ୍ମଦାବାଦର ୟୁଏନ ମେହେଟା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିବା ସହ ୨ଦିନ ଭିତରେ ହସ୍ପିଟାଲରୁ ଡିସଚାର୍ଜ ହୋଇପାରନ୍ତି ବୋଲି ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

ହୀରାବେନ
ହୀରାବେନ

ଗାନ୍ଧୀନଗର:ସୁଧୁରୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନଙ୍କ(Prime Ministers Mother Heeraben Modi) ସ୍ବାସ୍ଥ୍ୟବସ୍ଥା । ୧୦୦ ବର୍ଷୀୟ ହୀରାବେନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିବା ସହ ସେ ବର୍ତ୍ତମାନ ସୁସ୍ଥ ରହିବା କଥା ସାମ୍ନାକୁ ଆସିଛି । ଗତକାଲି(ବୁଧବାର) ଦିନ ମୋଦିଙ୍କ ମାଆ ହୀରାବେନ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଅହମ୍ମଦାବାଦର ୟୁଏନ ମେହେଟା ହସ୍ପିଟାଲରେ(UN Mehta Hospital) ଭର୍ତ୍ତି କରାଯାଇଥିଲା ।

ସୂଚନାଅନୁସାରେ, ବର୍ତ୍ତମାନ ହୀରାବେନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆସୁଛି । ଆସନ୍ତା ଦୁଇ ଦିନ ମଧ୍ୟରେ ହସ୍ପିଟାଲରୁ ଡିସଚାର୍ଜ ହୋଇପାରନ୍ତି । ଏନେଇ ଆଜି ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଗତକାଲି(ବୁଧବାର) ଅପରାହ୍ନରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦରେ ପହଞ୍ଚି କଡା ସୁରକ୍ଷା ମଧ୍ୟରେ ୟୁଏନ ମେହେଟା ହସ୍ପିଟାଲରେ ଡାକ୍ତରଖାନାରେ ପହଞ୍ଚିଥିଲେ । ପ୍ରାୟ ଏକ ଘଣ୍ଟା ଧରି ହସ୍ପିଟାଲରେ ରହିବା ସହ ମାଆଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ପଚାରିଥିଲେ । ଗତକାଲି(ବୁଧବାର) ରାତିରେ ତାଙ୍କର ଓରାଲ ଡାଏଟ ଆରମ୍ଭ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: PM Modis Mother hospitalised: ଆଶୁ ଆରୋଗ୍ୟ କାମନା କଲେ ରାହୁଲ ଗାନ୍ଧୀ

ସ୍ବାଶକ୍ରିୟାରେ ସମସ୍ୟା ହେବାରୁ ପ୍ରଧାନମନ୍ତ୍ରୀଙ୍କ ମାଆ ହୀରାବେନ୍‌ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଆଶୁଆରୋଗ୍ୟ କାମନା କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ (Rahul Gandhi wishes a speedy recovery to PM mother)। ଏଭଳି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ନୈତିକ ସମର୍ଥନ ରହଥିବା କହିବା ସହ ମାଆ ହୀରାବେନଙ୍କ ଆଶୁଆରୋଗ୍ୟ କାମନା କରି ଟ୍ବିଟ କରିଥିଲେ ରାହୁଲ ଗାନ୍ଧୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details