ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି (Prime Minister Narendra Modi ) ( ବୁଧବାର) ହରିୟାଣା ଓ ପଞ୍ଜାବ ଗସ୍ତରେ ଯିବେ । ଏହି ଅବସରରେ ଦେଶ ଉଦ୍ଦେଶ୍ୟରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଉଦଘାଟନ କରିବେ । ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ପ୍ରଧାନମନ୍ତ୍ରୀ ହରିୟାଣାର ଫରିଦାବାଦ ଠାରେ ଅମୃତା ହସ୍ପିଟାଲର (Prime Minister will inaugurate Amrita Hospital at Faridabad Haryana) ଉଦଘାଟନ କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ମୋହାଲି ଯାଇ ଅପରାହ୍ନ ପ୍ରାୟ ୨ଟା ୧୫ ରେ ମୁଲାନପୁର, ନୂଆ ଚଣ୍ଡିଗଡ, ସାହିବଜାଦା ଅଜିତ ସିଂହ ନଗର ଜିଲ୍ଲା (ମୋହାଲି) ଠାରେ "ହୋମି ଭାବା କର୍କଟ ଡାକ୍ତରଖାନା ଏବଂ ଗବେଷଣା କେନ୍ଦ୍ର” ( Homi Bhabha Cancer Hospital & Research Centre ) କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।
ହରିୟାନାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ
ପ୍ରଧାନମନ୍ତ୍ରୀ ଫରିଦାବାଦରେ ଅମୃତା ହସ୍ପିଟାଲର ଉଦଘାଟନ କରିବା ଫଳରେ ନ୍ୟାସନାଲ କ୍ୟାପିଟାଲ ରିଜିଅନ (ଏନସିଆର) ରେ ଆଧୁନିକ ଚିକିତ୍ସା ଭିତ୍ତିଭୂମି ଉପଲବ୍ଧତା ବୃଦ୍ଧି ପାଇବ । ମାତା ଅମୃତାନନ୍ଦମୟୀ ମଠ ଦ୍ୱାରା ପରିଚାଳିତ ସୁପର ସ୍ପେସିଆଲିଟି ହସ୍ପିଟାଲ ୨୬୦୦ ଶଯ୍ୟା ବିଶିଷ୍ଟ ହେବ । ପାଖାପାଖି ୬୦୦୦ କୋଟି ଟଙ୍କା ବ୍ୟୟରେ ଏହି ଡାକ୍ତରଖାନା ନିର୍ମାଣ ହୋଇଛି । ଫରିଦାବାଦ ଏବଂ ସମଗ୍ର ଏନସିଆର ଅଞ୍ଚଳର ଲୋକଙ୍କୁ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବ ଏହି ମେଡିକାଲ ।