ଓଡିଶା

odisha

Meghalaya Assembly polls: ଆଜି ତୁରାରେ ମୋଦିଙ୍କ ରୋଡ ଶୋ’, ଦଳ ପାଇଁ ମାଗିବେ ଭୋଟ୍‌

ମେଘାଳୟ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ପ୍ରଚାର ମଇଦାନକୁ ଓହ୍ଳାଇବେ ମୋଦି । ତୁରାରେ ଆୟୋଜିତ ହେବାକୁ ଥିବା ରୋଡ ଶୋ’ରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

By

Published : Feb 24, 2023, 10:53 AM IST

Published : Feb 24, 2023, 10:53 AM IST

Etv Bharat
Etv Bharat

ଶିଲଂ:ପାଖେଇ ଆସୁଛି ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ । ଗାଦି ହାତେଇବାକୁ ଦଳ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି କସରତ । ହେଭିଓ୍ବେଟ ନେତାଙ୍କ ପ୍ରଚାରରେ କମ୍ପୁଛି ପ୍ରଚାର ମଇଦାନ । ଆଜି ମେଘାଳୟ ଗସ୍ତ କରି ପ୍ରଚାର ମଇଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଶ୍ଚିମ ମେଘାଳୟର ତୁରା ଅଞ୍ଚଳରେ ଏକ ନିର୍ବାଚନୀ ରାଲିରେ ସାମିଲ ହୋଇ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ଏନେଇ ରାଜ୍ୟ ବିଜେପି ମୁଖ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ରାଜ୍ୟ ବିଜେପି ମୁଖ୍ୟ ଏର୍ନେଷ୍ଟ ମାଓ୍ବାରି କହିଛନ୍ତି ଯେ, ''ଆଜି ଦିନ 11 ଟା ସମୟରେ ପ୍ରଥମେ ଖ୍ୟାନ୍ଦାଇଲାଦରେ ଏକ ସମାବେଶରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ଏହି ସମୟରେ ସେ ରାଜ୍ୟ 3ଜଣ ସ୍ୱାଧୀନତା ସଂଗ୍ରାମୀ ୟୁଟିରୋଟ ସିଂ, ୟୁକିଆଙ୍ଗ ନାଙ୍ଗବା ଏବଂ ପା ଟୋଙ୍ଗ ସାଙ୍କମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ଏହି ସମୟରେ ବହୁ ଦଳୀୟ କର୍ମୀ ମଧ୍ୟ ଉପସ୍ଥିତ ରହିବେ । ''

ଏହା ମଧ୍ୟ ପଢନ୍ତୁ-କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ବେଳେ ପିକଅପକୁ ଧକ୍କା ଦେଲା ଟ୍ରକ, 11 ମୃତ

ଏଠାରେ କାର୍ଯ୍ୟକ୍ରମ ସରିବା ପରେ ପ୍ରଧାନମନ୍ତ୍ରୀ ଅପରାହ୍ନରେ ପଶ୍ଚିମ ଗାରୋ ହିଲ୍ସ ଜିଲ୍ଲାର ତୁରା ଅଭିମୁଖେ ଯାତ୍ରା କରିବେ । ଯେଉଁଠାରେ ସେ ଆଲଟଗ୍ରେ ଷ୍ଟାଡିୟମରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବେ । କେନ୍ଦ୍ର ଦ୍ବାରା ନିର୍ମିତ ହୋଇଥିବା ପିଏ ସଙ୍ଗମା ସ୍ପୋର୍ଟସ କମ୍ପ୍ଲେକ୍ସରେ ମଧ୍ୟ ଏକ ରାଲିକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବାର ଥିଲା । କିନ୍ତୁ ସୁରକ୍ଷାକୁ ଦୃଷ୍ଟିରେ ରଖି କ୍ରୀଡ଼ା ବିଭାଗ ଅନୁମତି ଦେଇନଥିଲା ।

ଏନେଇ ବିଜେପି ନେତା ବେରର୍ନାଡ ମାରାକ କହିଛନ୍ତି ଯେ, ''ମୋ ନିର୍ବାଚନମଣ୍ଡଳୀରେ ପ୍ରଧାନମନ୍ତ୍ରୀ ପ୍ରଚାର କରିବା ମୋ ପାଇଁ ଏକ ଆଶୀର୍ବାଦ ଅଟେ । ସେ ଏହି ସ୍ଥାନକୁ ଆସିବା ଏହା ଦର୍ଶାଉଛି ଯେ, ବିଜେପି ନିର୍ବାଚନକୁ କେତେ ଗମ୍ଭୀରତାର ସହ ନେଉଛି । ଗାରୋ ହିଲ୍ସରେ ସମସ୍ତେ ତାଙ୍କ ଗସ୍ତକୁ ଅପେକ୍ଷା କରି ରହିଛନ୍ତି । ''

ଏହା ପୂର୍ବରୁ ଗତ 15 ତାରିଖରେ ମେଘାଳୟରେ ନିର୍ବାଚନକୁ ଦୃଷ୍ଟିରେ ରଖି ଇସ୍ତାହାର ଜାରି କରିଥିଲା ବିଜେପି । ରାଜଧାନୀ ଶିଲଂରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଇସ୍ତାହାରକୁ ଉନ୍ମୋଚନ କରିଥିଲେ । ସଶକ୍ତ ମେଘାଳୟ ରାଜ୍ୟରେ ମହିଳାଙ୍କ ସଶକ୍ତିକରଣ ପାଇଁ ରୋଜଗାର ସୃଷ୍ଟି କରିବା ସହ ପେନସନ ରାଶି ବୃଦ୍ଧି ଓ କୃଷକଙ୍କୁ ପ୍ରୋତ୍ସାହନ ପାଇଁ ଇସ୍ତାହାରରେ ସ୍ଥାନ ଦେଇଥିଲା ଦଳ । ଆସନ୍ତା 27 ତାରିଖରେ ନାଗାଲାଣ୍ଡ ଓ ମେଘାଳୟରେ ମତଦାନ ହେବ । ମାର୍ଚ୍ଚ 2 ଜନାଦେଶ ପ୍ରକାଶ ପାଇବ ।

ABOUT THE AUTHOR

...view details