ଓଡିଶା

odisha

ETV Bharat / bharat

ଅକ୍ଟୋବର ୨୨ରେ ରୋଜଗାର ମେଳା ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ - ରୋଜଗାର ମେଳା ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି

ଦେଶର 10 ଲକ୍ଷ ଲୋକଙ୍କୁ ନିଯୁକ୍ତି ସୁଯୋଗ ଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi will launch Rozgar Mela) ଅକ୍ଟୋବର ୨୨ ତାରିଖ ଦିନ ରୋଜଗାର ମେଳା ଶୁଭାରମ୍ଭ କରିବେ । ଏହି ଦିନ ପୂର୍ବାହ୍ନ ୧୧ଟା ବେଳେ ଭିଡିଓ କନଫରେନ୍ସିଂ ଯୋଗେ ଏହା ଆରମ୍ଭ କରିବେ । ଉତ୍ସବରେ ୭୫ ହଜାର ନୂତନ ନିଯୁକ୍ତିଧାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Oct 20, 2022, 10:52 PM IST

ନୂଆଦିଲ୍ଲୀ: ଦେଶର 10 ଲକ୍ଷ ଲୋକଙ୍କୁ ନିଯୁକ୍ତି ସୁଯୋଗ ଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi will launch Rozgar Mela) ଅକ୍ଟୋବର ୨୨ ତାରିଖ ଦିନ ରୋଜଗାର ମେଳା ଶୁଭାରମ୍ଭ କରିବେ । ଏହି ଦିନ ପୂର୍ବାହ୍ନ ୧୧ଟା ବେଳେ ଭିଡିଓ କନଫରେନ୍ସିଂ ଯୋଗେ ଏହା ଆରମ୍ଭ କରିବେ । ଉତ୍ସବରେ ୭୫ ହଜାର ନୂତନ ନିଯୁକ୍ତିଧାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତଙ୍କୁ ସମ୍ବୋଧନ (Prime Minister will also address these appointees on the occasion) ମଧ୍ୟ କରିବେ ।

ଯୁବକ ଯୁବତୀମାନଙ୍କୁ କର୍ମନିଯୁକ୍ତି ସୁଯୋଗ ଦେବା ସହ ନାଗରିକମାନଙ୍କ କଲ୍ୟାଣ ସୁନିଶ୍ଚିତ କରିବା ନେଇ ଏପରି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶକ୍ରମେ ପ୍ରତ୍ୟେକ ମନ୍ତ୍ରଣାଳୟ ଓ ବିଭାଗ ଗୁଡିକ ମଞ୍ଜୁରପ୍ରାପ୍ତ ପଦବୀ ଅଧୀନରେ ଉକ୍ତ ସ୍ଥାନ ଗୁଡିକୁ ମିଶନ ମୋଡରେ ପୂରଣ କରିବେ ।

ଦେଶର ବିଭିନ୍ନ ସ୍ଥାନରୁ ବଛାଯାଉଥିବା ନବନିଯୁକ୍ତମାନେ ଭାରତ ସରକାରଙ୍କ ୩୮ଟି ମନ୍ତ୍ରଣାଳୟ ଓ ବିଭାଗରେ ଯୋଗ ଦେବେ (38 Ministries/Departments) । ସେମାନେ ସରକାରଙ୍କ ବିଭିନ୍ନ ଶ୍ରେଣୀ ଯଥା ଗ୍ରୁପ-ଏ ଓ ଗ୍ରୁପ-ବି ଗେଜେଟେଡ । ଗ୍ରୁପ-ବି (Non Gazetted) ନନଗେଜେଟେଡ) ଓ ଗ୍ରୁପ-ସିରେ ଯୋଗ ଦେବେ । ଯେଉଁ ପଦବୀରେ ନିଯୁକ୍ତିମାନ ହେବ ସେଗୁଡିକ ମଧ୍ୟରେ କେନ୍ଦ୍ରୀୟ ସଶକ୍ତବଳ ଅଧିକାରୀ (Central Armed Force) , ସବ ଇନସିପେକ୍ଟର, କନେଷ୍ଟବଳ, ଏଲଡିସି, ଷ୍ଟେନୋ, ପିଏ, ଆୟକର ଇନିସପେକ୍ଟର, ଏମଟିଏସ ଇତ୍ୟାଦି ଅନ୍ତର୍ଭୁକ୍ତ ରହିଛି ।

ଏହି ନିଯୁକ୍ତ ମିଶନ ମୋଡରେ ମନ୍ତ୍ରଣାଳୟ ଓ ବିଭାଗ ଦ୍ୱାରା ଅନ୍ୟାନ୍ୟ ନିଯୁକ୍ତକାରୀ ସଂସ୍ଥା ଯଥା ୟୁପିଏସସି, ଏସଏସସି, ରେଳବାଇ ନିଯୁକ୍ତି ବୋର୍ଡ ଦ୍ୱାରା କରାଯାଇଛି । ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ଚୟନ ପ୍ରକ୍ରିୟା ସରଳ ଓ ପ୍ରଯୁକ୍ତି ମାଧ୍ୟମରେ କରାଯାଇଛି ।

ABOUT THE AUTHOR

...view details