ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Prime Minister Narendra Modi) ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ନୂତନ ସୌଧ - ‘ବାଣିଜ୍ୟ ଭବନ’ (Vanijya Bhawan)କୁ ଆସନ୍ତାକାଲି(ଗୁରୁବାର) ପୂର୍ବାହ୍ନ ୧୦.୩୦ରେ ଉଦଘାଟନ କରିବେ ।
ବାଣିଜ୍ୟ ଭବନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Prime Minister Narendra Modi) ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ନୂତନ ସୌଧ - ‘ବାଣିଜ୍ୟ ଭବନ’ (Vanijya Bhawan) କୁ ଆସନ୍ତାକାଲି(ଗୁରୁବାର) ପୂର୍ବାହ୍ନ ୧୦.୩୦ ରେ ଉଦଘାଟନ କରିବେ । ଅଧିକ ପଢନ୍ତୁ
ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଏକ ନୂତନ ପୋର୍ଟାଲ - ନେସନାଲ ଇମ୍ପୋର୍ଟ-ଏକ୍ସପୋର୍ଟ ରେକର୍ଡ ଫର ୟର୍ଲି ଆନାଲିସସ ଅଫ ଟ୍ରେଡ (National Import-Export Record for Yearly Analysis of Trade)କୁ ମଧ୍ୟ ଉନ୍ମୋଚନ କରିବେ । ଯାହା ହିତାଧିକାରୀଙ୍କ ପାଇଁ ଭାରତର ବୈଦେଶିକ ବାଣିଜ୍ୟ ସମ୍ବନ୍ଧୀୟ ସମସ୍ତ ଆବଶ୍ୟକୀୟ ସୂଚନା ପାଇବା ପାଇଁ ଏକକ ପ୍ଲାଟଫର୍ମ ଭାବରେ ବିକଶିତ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଏକ ସମାବେଶକୁ ସମ୍ବୋଧିତ କରିବେ ।
ସେହିପରି ଇଣ୍ଡିଆ ଗେଟ ନିକଟରେ ନିର୍ମିତ ବାଣିଜ୍ୟ ଭବନକୁ ଏକ ସ୍ମାର୍ଟ ସୌଧ ଭାବରେ ଡିଜାଇନ କରାଯାଇଛି । ଯାହାକି ଶକ୍ତି ସଂରକ୍ଷଣ ଉପରେ ବିଶେଷ ଧ୍ୟାନ ଦେଇ ସ୍ଥାୟୀ ସ୍ଥାପତ୍ୟର ନୀତିକୁ ସାମିଲ କରିଛି । ଏହା ଏକ ସମନ୍ୱିତ ଏବଂ ଆଧୁନିକ କାର୍ଯ୍ୟାଳୟ ସୌଧ ଭାବରେ କାର୍ଯ୍ୟ କରିବ । ଯାହା ମନ୍ତ୍ରଣାଳୟର ଦୁଇଟି ବିଭାଗ ଯଥା ବାଣିଜ୍ୟ ବିଭାଗ ଏବଂ ଶିଳ୍ପ ଏବଂ ଆନ୍ତଃ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଟିଟି) ଦ୍ୱାରା ବ୍ୟବହୃତ ହେବ ।